ଭଦୀମୂଳରେ ବେଆଇନ ମସଲା କାରଖାନା ଠାବ, ମାଲିକ ଗିରଫ

କଟକ-ବିଦ୍ୟାଧରପୁର: ପୁଣି ଥରେ ଧରା ପଡ଼ିଲା ଅପମିଶ୍ରିତ ମସଲା କାଖାନା। କଟକ ମହାନଗର ନିଗମ ଓ ପୁଲିସର ମିଳିତ ଚଢ଼ାଉ ସମୟରେ କଟକ ଭଦୀମୂଳ ଅଞ୍ଚଳରୁ ଠାବ ‌ହୋଇଛି ମସଲା କାରଖାନା।  ସେଠାରୁ ଅପମିଶ୍ରିତ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଅନ୍ୟାନ୍ୟ ପାକେଟ ମସଲା, ମସଲାରେ ଅପମିଶ୍ରିତ ହେଉଥିବା ରଙ୍ଗ ଓ କେମିକାଲ ଜବତ କରାଯାଇଛି ବୋଲି ଚାଉଳିଆଗଞ୍ଜ ଥାନା ଅଧିକାରୀ କହିଛନ୍ତି। ଅପମିଶ୍ରିତ ମସଲା ପ୍ରସ୍ତୁତ କରୁଥିବା କାରଖାନାର ମାଲିକ ତପନ  ରାୟଙ୍କୁ ଗିରଫ କରାଯିବା ସହ ସେଠାରେ ମସଲା ପାକିଙ୍ଗରେ ନିୟୋଜିତ ମହିଳା କର୍ମଚାରୀଙ୍କ ନାଁ ଓ ଠିକଣା ଲେଖି ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ କହିଛନ୍ତି।
ଗତ ୧୬ ତାରିଖ ଦିନ କହ୍ନେଇପୁର ମହାନଦୀ ବନ୍ଧ ପାର୍ଶ୍ବରେ  ନେହେରୁ ପଲ୍ଲୀ ଅପରପାର୍ଶ୍ବରେ ଗୋଲ କୋଇଲା କାରଖାନା ଭିତରେ ଅତି ଅପରିଷ୍କାର ପରିବେଶରେ ଅପମିଶ୍ରିତ ମସଲା ସବୁ ଗ୍ରାଇଣ୍ଡିଙ୍ଗ ହୋଇ ସ୍ଥାନୀୟ ଭଦିମୂଳ ଗ୍ରାମ ମଲିକ ସାହି ପଛପଟେ ପାକିଙ୍ଗ ହେଉଥିବା ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଏହି ଖବର ଭିତ୍ତିରେ ଆଜି ଶନିବାର ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ସତ୍ୟବ୍ରତ ମହାପାତ୍ର, ଫୁଡ୍ ଇନ୍ସପେକ୍ଟର ଭଗବାନ ଲେଙ୍କା, ଏସିପି ଅମରେନ୍ଦ୍ର ପଣ୍ଡା, ଚାଉଳିଆଗଞ୍ଜ ଥାନା ଭାରପ୍ରାପ୍ତ ଅଧିକାରୀ ତାପସ ରଞ୍ଜନ ପ୍ରଧାନ ଓ ଅନ୍ୟାନ୍ୟ ପୁଲିସ ଅଫିସର ଫୋର୍ସଙ୍କ ସହିତ ବେଆଇନ ମସଲା କାରଖାନା ଉପରେ ଚଢ଼ାଉ କରିଥିଲେ।
ସମ୍ବନ୍ଧିତ ଖବର