ଘର ଆଖପାଖ ଅସଜଡ଼ା, ଅଞ୍ଚଳ ସଜାଡ଼ିବେ କ’ଣ? ଅନୁଭବ, ଶଶୀଭୂଷଣ ଓ ପ୍ରମୋଦ ମଲ୍ଲିକଙ୍କ ଘର ଆଖପାଖ ଅବସ୍ଥା ଶୋଚନୀୟ

କଟକ: କଟକ ସହରରେ କେବଳ କଟକର ଜନ ପ୍ରତିନିଧି ରହୁ ନାହାନ୍ତି, ରାଜ୍ୟର ଅନେକ ବରିଷ୍ଠ ବିଧାୟକ, ସାଂସଦ ବି ରହୁଛନ୍ତି। ସେମାନଙ୍କ ଘର ଆଖପାଖ ଅଞ୍ଚଳ ବି ଅତ୍ୟନ୍ତ ବିପର୍ଯ୍ୟସ୍ତ, ଅସଜଡ଼ା। କେଉଁଠି କିଛି ମୁହଁ ନ ଖୋଲି ସେମାନେ ସେଠି ରହୁଛନ୍ତି କେମିତି, ତାହାକୁ ନେଇ ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। ନିଜ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ଉଦ୍ୟମ କରିବା କ’ଣ ସେମାନଙ୍କର ଉତ୍ତରଦାୟିତ୍ବ ନୁହେଁ? ଏ ପ୍ରଶ୍ନ ଏବେ ଲୋକ କରୁଛନ୍ତି।

କଟକର ନନ୍ଦୀସାହିରେ ରୁହନ୍ତି ପୂର୍ବତନ ରାଜ୍ୟସଭା ସାଂସଦ, ବର୍ତ୍ତମାନର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସିଡିଏ ସେକ୍ଟର-୬ରେ ରହୁଛନ୍ତି ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବର୍ତ୍ତମାନ କେନ୍ଦ୍ରାପଡ଼ାର ବିଧାୟକ ଶଶୀଭୂଷଣ ବେହେରା। ସେକ୍ଟର-୯ରେ ରହୁଛନ୍ତି ନିଆଳିର ତିନି ଥରର ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ। ସେମାନଙ୍କ ଅଞ୍ଚଳର ରାସ୍ତାଘାଟ, ଡ୍ରେନ, ପରିମଳ ଓ ପାଣି ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର