ସାଲେପୁର: ଏଟିଏମ୍‌ ଭାଙ୍ଗି ପକାଇଲେ ଦୁର୍ବୃତ୍ତ

ସାଲେପୁର: ଗୁରୁବାର ବିଳମ୍ବିତ ରାତ୍ରୀରେ ସାଲେପୁର ଥାନା ଅଧୀନ ରାଇସୁଙ୍ଗୁଡ଼ା ବଜାରରେ ଥିବା ଗୋଟିଏ କିଓସ୍କରେ ଥିବା ଏଟିଏମ୍‌ ମେସିନ୍‌କୁ ଅଜ୍ଞାତ ଦୁର୍ବୃତ୍ତମାନେ ତାଡ଼ି ପକାଇଛନ୍ତି।

ଆଜି ସକାଳେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ଉକ୍ତ କିଓସ୍କରେ ଏଟିଏମ୍‌ ମେସିନ୍‌ଟି ଭଙ୍ଗା ଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ସରପଞ୍ଚ ପୁଲିସକୁ ଖବର ଦେଇଥିଲେ।

ଦତନ୍ତ କରିବାକୁ ପୁଲିସ ଟିମ୍‌ ଘଟନାସ୍ଥଳକୁ ଆସୁଛି। ଭଙ୍ଗା ଯାଇଥିବା ଏଟିଏମ୍‌ ମେସିନ୍‌ରୁ କେତେ କ’ଣ ଟଙ୍କା ଚୋରି ହୋଇଛି କି, ନାହିଁ ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର