“ଏଆଇଜିଡିଏସୟୁ”ର ସର୍ବଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଡାକରାରେ ଦିନିକିଆ ଧର୍ମଘଟ ଓ ଆନ୍ଦୋଳନ

ନାଚୁଣୀ: ସର୍ବଭାରତୀୟ ସ୍ତରରେ ଅଲ ଇଣ୍ଡିଆ ଗ୍ରାମୀଣ ଡାକ ସେବକ ୟୁନିଅନ(ଏ ଆଇ ଜି ଡି ଏସ ୟୁ) ଡାକରାରେ ଖୋର୍ଦ୍ଧା ଜିଲ୍ଲା ଅଧିନ ଚିଲିକା ବ୍ଲକ ଅନ୍ତର୍ଗତ ଗଂଗାଧରପୁର ଉପଡାକ ଘର ସମ୍ମୁଖରେ ସ୍ଥାନୀୟ ବିଭିନ୍ନ ଗ୍ରାମୀଣ ଡାକ ଘରର ଡାକ ସେବକମାନେ କାର୍ଯ୍ୟ ବନ୍ଦ କରି ଆଜି ଦିନିକିଆ ଧର୍ମଘଟରେ ସାମିଲ ହୋଇଥିଲେ। ଏହି ଧର୍ମଘଟରେ ନାଚୁଣୀ,ସୁନାଖଳା,ସଲପଡିହ, କୁଲେଇ, ହରିପୁର ଶାସନ, ହରିକୁଣ୍ଡ ବରଡିହ, ନଇରୀ, ବଉଳାବନ୍ଧ ଆଦି ମୋଟ ୮ ଗୋଟି ଗ୍ରାମୀଣ ଶାଖା ଡାକଘରର ଡାକସେବକମାନେ କାର୍ଯ୍ୟବନ୍ଦକରି କେନ୍ଦ୍ର ସରକାରଙ୍କର ସେମାନଙ୍କ ପ୍ରତି ହେଉଥିବା ଅଗଣତାନ୍ତ୍ରିକ କାର୍ଯକଳାପ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ।

ସରକାରୀ ମାନ୍ୟତା,ମେଡିକାଲ ସୁବିଧା, ଗ୍ରୁପ ଇନସୁରାନ୍ସ ପରିମାଣ ବୃଦ୍ଧି, ସମାନୁବର୍ତ୍ତୀ ପଦୋନ୍ନତି,ଟାର୍ଗେଟ ଆଳରେ କର୍ମଚାରୀଙ୍କୁ ଶୋଷଣ ବନ୍ଦ ଇତ୍ୟାଦି ମୋଟ ୧୨ ଦଫା ଦାବରେ ଆଜିର ଏହି ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ସରକାର ଏହାର ତୁରନ୍ତ ବିଚାର କରିବାକୁ ଆନ୍ଦୋଳନକାରୀମାନେ ସାରାଦିନ ଆଜି ଧର୍ମଘଟରେ ବସିଥିଲେ।

ଏଥିରେ ଦୁର୍ଗା ପ୍ରସାଦ ଜେନା, ଖଗେଶ୍ବର ବାରିକ, ଲକ୍ଷ୍ମୀକାନ୍ତ ଘଡେଇ, ସୌମିତ୍ର ରାଉତରାୟ, ରବିନ୍ଦ୍ର ଖମାରୀ,ବିଜୟାନନ୍ଦ ବେହେରା, ଗନ୍ଧର୍ବ ବେହେରା,ହୁସନ୍ନରା ବେଗମ୍,ରମେଶ ସାମନ୍ତରାୟ, ପ୍ରଶାନ୍ତ ବେହେରା, ଏହି ଆନ୍ଦୋଳନର ନେତୃତ୍ତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର