ପାଖରେ ଟଙ୍କା ନ ଥିବାରୁ ସ୍ୱାମୀଙ୍କ ଶବକୁ ଡାକ୍ତରଖାନାରୁ ଘରକୁ ଆଣି ପାରୁ ନାହାନ୍ତି ପତ୍ନୀ, ଦୁଇଦିନ ହେଲା ପଡ଼ି ରହିଛି ଶବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମେଡିକାଲରେ ଦୁଇଦିନ ହେଲା ଜଣେ ବ୍ୟକ୍ତିଙ୍କ ଶବ ପଡ଼ି ରହିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତେବେ ଅର୍ଥଅଭାବରୁ ପତ୍ନୀ ତାଙ୍କ ସ୍ୱାମୀଙ୍କ ଶବକୁ ମେଡିକାଲରୁ ନେଇ ପାରୁ ନ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ସାହାରପଡ଼ା ଗ୍ରାମରେ ଜାକରାଇ ମୁଣ୍ଡା ବସବାସ କରନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ମିଶି ମୂଲମଜୁରୀ କାମ କରୁଥିଲେ। ଦୁଇଦିନ ତଳେ ହଠାତ୍‌ ଜାକରାଇ ମୁଣ୍ଡାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ। ତେବେ ମୃତ ଜାକରାଇ ମୁଣ୍ଡାଙ୍କ ପତ୍ନୀଙ୍କ ପାଖରେ ଟଙ୍କା ନଥିବାରୁ ସ୍ୱାମୀଙ୍କୁ ଶବକୁ ଡାକ୍ତରଖାନାରୁ ଘରକୁ ଆଣି ପାରୁ ନାହାନ୍ତି କି ଶବ ସଂସ୍କାର ମଧ୍ୟ କରି ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର