ନୟାଗଡ଼: ଟ୍ରେନ୍‌ରେ କଟି ଯୁବକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପଣ୍ଡୁସର ରଣାପୋଖରି ନିକଟ ଦେଇ ଯାଇଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଲେଓ୍ଵ ଲାଇନ୍‌ରେ କଟି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ତାଙ୍କ ଶରୀର ଦୁଇଖଣ୍ଡ ହୋଇ ଟ୍ରାକ୍‌ର ଦୁଇ ପଟରେ ପଡ଼ିଥିବା ଦେଖିବାକୁ ମିଳିଛି। ନୟାଗଡ଼ ପର୍ଯ୍ୟନ୍ତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟକ୍ଷମ ହେବା ପରେ ଏହା ହେଉଛି ଦ୍ୱିତୀୟ ଘଟଣା, ଯେଉଁଥିରେ ଟ୍ରେନ୍‌ରେ କଟି ଲୋକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର