ଝାନସୀ ଯୁବତୀ ଚାଲାଣ ଘଟଣା, ୫ ଗିରଫ

ଛେଣ୍ତିପଦା: ଛେଣ୍ତିପଦା ଥାନା ବାଗେଡିଆ ଅଞ୍ଚଳର ଜଣେ ଯୁବତୀକୁ ତାଙ୍କ ଇଛା ବିରୋଧରେ ସ୍ଥାନୀୟ ଏଜେଣ୍ଟ ମାଧୢମରେ ଝାନସୀର ୩ ଜଣ ଲୋକଙ୍କୁ ବିକ୍ରି କରିବା ଘଟଣାରେ ପୁଲିସ ସଂପୃକ୍ତ ଯୁବତୀଙ୍କ ମା ସମେତ ୫ ଜଣଙ୍କୁ ଗିରଫ କରିଛି। ତେବେ ଏଥିରେ ସଂପୃକ୍ତ ଜଣେ ତଥାକଥିତ ଗଣମାଧୢମ ପ୍ରତିନିଧି ଫେରାର ହୋଇଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ସକାଳ ୯ ଟାରେ ଏକ ମନ୍ଦିରରେ ଝାନସୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହିତ ସ୍ଥାନୀୟ ଏଜେଣ୍ଟ ଜରିଆରେ ବାଗେଡିଆ ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ସରିଥିଲା। କୁଣ୍ଢେଇଗୁଳା ନିକଟରେ ଏକ ମନ୍ଦିରରେ ବିବାହ କରିବା ପୂର୍ବରୁ ଏ ସଂପର୍କରେ ଖବର ପାଇ ଛେଣ୍ତିପଦା ଆଇଆଇସି ନିର୍ମଳା ଗୋଛାୟତ ପହଞ୍ଚି ବାହାଘରକୁ ବନ୍ଦ କରି ଦେଇଥିଲେ। ପରିବାର ଲୋକଙ୍କୁ ବିବାହ ପୂର୍ବରୁ ଝାନସୀରୁ ଆସିଥିବା ବର ସ˚ପର୍କରେ ତଥ୍ୟ ଜାଣିବା ପରେ ବିବାହ କରିବାକୁ ପରାମର୍ଶ ଦେଇଥିଲେ। ଫଳରେ ବାହାଘର ବନ୍ଦ ହୋଇଯାଇଥିଲା।

ଏହାପରେ ସ୍ଥାନୀୟ ଏଜେଣ୍ଟ ସ˚ଜୟ ବାରିକ(୩୨ଙ୍କ ଜରିଆରେ ମଧୢପ୍ରଦେଶର ଝାନସୀ ଅଞ୍ଚଳର ଲହରା ଗ୍ରାମର ରାମମୋହନ ଶର୍ମା(୩୦), ପବନ ଶର୍ମା(୨୮) ଓ ରାମ ନରେଶ ଶର୍ମା(୪୦) ୪୦ ହଜାର ଟଙ୍କାରେ ସଂପୃକ୍ତ ଯୁବତୀଙ୍କୁ ଝାନସୀକୁ ନେବାକୁ ଆସିଥିଲେ। ଯୁବତୀଙ୍କ ମା’ଙ୍କ ସହିତ ସେମାନେ ଗତକାଲି ସ˚ଧୢାରେ କଥାବାର୍ତା ବେଳେ ଝିଅ ଏହା ଜାଣିପାରିଥିଲା। ପରେ ଯୁବତୀ ଜଣକ ଘରୁ ଗ୍ରାମର ଲକ୍ଷ୍ମୀମଣ୍ତପକୁ ପଳାଇ ଯାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏଜେଣ୍ଟ ସ˚ଜୟ ଓ ଝାନସୀ ଅଞ୍ଚଳର ତିନିଜଣ ବ୍ୟକ୍ତିଙ୍କୁ ଡକାଇ ଆଲୋଚନା କରିଥିଲେ। ଏହି ସମୟରେ ତଥାକଥିତ ସମ୍ବାଦିକ ହଟକିଶୋର ଷଡଙ୍ଗୀ(୩୯) ପହଞ୍ଚି ‘୭ ହଜାର ଟଙ୍କା ଦିଅ ଥାନାରେ ସମସ୍ୟାର ସମାଧାନ କରିବା’ କହି ଝାନସୀର ୩ ଜଣ ବ୍ୟକ୍ତିଙ୍କୁ ନେଇ ଘଟଣାସ୍ଥଳରୁ ପଳାଇଥିଲେ। ଏ ଘଟଣା ସଂପର୍କରେ ଥାନା ଆଇଆଇସି ନିର୍ମଳା ଗୋଛାୟତ ଜାଣିବା ପରେ ସଦଳବଳ ସେଠାରେ ପହଞ୍ଚି ଅସହାୟ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଯୁବତୀଙ୍କ ବୟାନ ରେକର୍ଡ ପରେ ପୁଲିସ ଏକ କେସ୍ ରୁଜୁ କରି ତାଙ୍କ ମା,ଝାନସୀର ରାମମୋହନ, ରାମନରେଶ ଓ ପବନ, ଏଜେଣ୍ଟ ସଂଜୟକୁ ଗିରଫ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ସାମ୍ବାଦିକ ହଟକିଶୋର ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର