ଜିଲ୍ଲା ବିଜୁ ଯୁବ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ : ଶପଥ ନେଲେ ନବନିଯୁକ୍ତ ପଦାଧିକାରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜୁ ଯୁବ ଜନତା ଦଳର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନଳାଙ୍ଗ ଠାରେ ଅନୁଷ୍ଠିତ ହୋଇଛି | ଜିଲ୍ଲା ଯୁବ ବିଜେଡିର ସଭାପତି ମୁକୁନ୍ଦ ଦେବ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଯୁବ ବିଜେଡିର ସଭାପତି ତଥା ବିଧାୟକ ବେମୋକେଶ ରାୟ,ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ,ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ରାଜ୍ୟ ବିଜେଡ଼ି ନେତା ପ୍ରୟାସ କାନ୍ତି ସାମଲ,ପ୍ରିନ୍ସ ରାକେଶ ନାୟକ, ରାକେଶ ପଣ୍ଡାଙ୍କ ସମେତ ବହୁ ଯୁବ ବିଜେଡିର ନେତାମାନେ ଯୋଗ ଦେଇଥିଲେ l

ତେବେ ଭଦ୍ରକ ଜିଲ୍ଲାର ଯୁବ ବିଜେଡି ସଂଗଠନ କିପରି ଅଧିକ କ୍ରିୟାଶୀଳ ହେବ ସେ ବିଷୟରେ ଆଲୋଚନା କରାଯିବା ସହିତ ରାଜ୍ୟ ସରକାରଙ୍କ ସବୁ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ସବୁ ଯୁବ ସଂଗଠକମାନଙ୍କୁ କୁହାଯାଇଥିଲା l ଏହି ବୈଠକରେ ଜିଲ୍ଲାର ସବୁ ବ୍ଲକ ଓ ସହରର ଯୁବ ସଭାପତି ଓ ସମ୍ପାଦକ ମାନେ ଯୋଗ ଦେଇଥିଲେ l

ତେବେ ଯୁବ ସଂଗଠନକୁ ଅଧିକ କ୍ରିୟାଶୀଳ ପାଇଁ ଭଦ୍ରକରୁ ପ୍ରଥମ କରି ଏହି ବୈଠକ ଆରମ୍ଭ ହୋଇଥିବା ବିଜୁ ଯୁବ ଜନତାର ନେତାମାନେ କହିଛନ୍ତି l ତେବେ ଏହି ଅବସରରେ ଜିଲ୍ଲା ବିଜୁ ଯୁବ ଜନତା ଦଳର ନବ ନିଯୁକ୍ତ ପଦାଧିକାରୀମାନେ ଶପଥ ପାଠ କରିଥିଲେ l ଆଗାମୀ ଦିନରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ମୁକୁନ୍ଦ ଦେବ୍ ସାମଲଙ୍କ ନେତୃତ୍ୱରେ ଯୁବ ସଂଗଠନ ଅଧିକ କ୍ରିୟାଶୀଳ ହେବ ବୋଲି ବିଧାୟକ ଶ୍ରୀ ରାୟ ବୈଠକରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର