ବିଜେପି ଜିଲ୍ଲା କମିଟି ଘୋଷିତ: ବଳରାମ ସାହୁ ଯୁବ ସଭାପତି, ସରୋଜିନୀ କିସ୍କୁଙ୍କୁ ମହିଳା ମୋର୍ଚ୍ଚା ଦାୟିତ୍ବ

ବାରିପଦା: ଭାରତୀୟ ଜନତା ପାର୍ଟି(ବିଜେପି)ର ମୟୂରଭଞ୍ଜ ଜିଲ୍ଲା ବାରିପଦା ସାଙ୍ଗଠନିକ ଜିଲ୍ଲା କମିଟି ଆଜି ଘୋଷଣା କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବାରିପଦା ସାଙ୍ଗଠନିକ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଆଜି ୨୧ ଜଣିଆ ଜିଲ୍ଲା ପଦାଧିକାରୀଙ୍କ ସହିତ ୭୪ ଜଣ ଜିଲ୍ଲା କାର୍ଯ୍ୟକାରିଣୀ, ୪୭ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ୪୨ ଜଣ ସ୍ଥାୟୀ ସଦସ୍ୟ ଏବଂ ଜିଲ୍ଲାର ବିଭିନ୍ନ ମୋର୍ଚ୍ଚାର ସଭାପତି ପ୍ରମୁଖଙ୍କ ନାମକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।

ଦଳର ଜିଲ୍ଲା ଉପସଭାପତି ଭାବେ ସୁନୀଲ କୁମାର ଦାଶ, ପରେଶ ମହାନ୍ତ, ପ୍ରଦୀପ କୁମାର ମହାନ୍ତି, କବିବିଷ୍ଣୁ ଶତପଥୀ, ପ୍ରଦୀପ ପରିଡ଼ା, ମମତା ସାହୁ, ସୁସ୍ମୀତା ସିଂ, ଦୋଳଗୋବିନ୍ଦ ବେହେରାଙ୍କୁ ମନୋନୀତ କରାଯାଇଛି। ସାଧାରଣ ସମ୍ପାଦକ ଭାବେ ଶୁଭାଶିଷ ମହାନ୍ତି, ପ୍ରବୀଣ କୁମାର ପାତ୍ର, ବିଜୟ କୁମାର ଦାସ, ସମ୍ପାଦକ ଭାବେ ତାପସ ଦତ୍ତ, ମୀରା ଧୀର, ଟୁନାରାମ ଥୟାଲ, କୁମାର ମଙ୍ଗଳମ୍, ମମତା ମଣ୍ଡଳ, ସଲମିତ୍ ସୋରେନ, ନଳିନୀ ପ୍ରଭା ସିଂ, ସାବିତ୍ରୀ ହେମ୍ବ୍ରମ, କୋଷାଧ୍ୟକ୍ଷ ଭାବେ ପ୍ରକାଶ ଅଗ୍ରୱାଲାଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ପ୍ରବକ୍ତା ଭାବେ ପ୍ରଦୀପ କୁମାର ମହାନ୍ତି ଓ ପ୍ରଭାସ ଜେନା ରହିଛନ୍ତି । ସେହିପରି ଯୁବ ମୋର୍ଚ୍ଚା ସଭାପତି ଭାବେ ବଳରାମ ସାହୁ ନିଯୁକ୍ତ ହୋଇଛନ୍ତି। ସରୋଜିନୀ କିସ୍କୁଙ୍କୁ ମହିଳା ମୋର୍ଚ୍ଚାର ସଭାପତି ଭାବେ ମନୋନୀତ କରାଯାଇଛି।

 

କୃଷକ ମୋର୍ଚ୍ଚା ସଭାପତି ଭାବେ ଶିରିଶ ଚନ୍ଦ୍ର ମହାନ୍ତ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଭାବେ ଜିଲ୍ଲାପରିଷଦ ସଭ୍ୟ କାଳିଚରଣ ନାଏକ, ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଭାବେ ଜିଲ୍ଲାପରିଷଦ ସଭ୍ୟ ବ୍ରଜ ମୋହନ ବେହେରା, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ସଲାଦ ସିରାଜୁଦ୍ଦିନଙ୍କୁ ମନୋନୀତ କରାଯାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବଂ ଜିଲ୍ଲାର ନିର୍ବାଚିତ ସମସ୍ତ ବିଧାୟକ,ସାଂସଦଙ୍କୁ ସ୍ଥାୟୀ ଆମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ଜିଲ୍ଲା ସଭାପତି ଶ୍ରୀ ସୋରେନ ଆଜି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର