ଘର ଭାଙ୍ଗି ଧାନଚାଉଳ ଖାଇଲେ ହାତୀପଲ

ରାଇସୁଆଁ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନର ବିମଳା ପଞ୍ଚାୟତ ବଳଭଦ୍ରପୁର ଗ୍ରାମର ସନାତନ ମହାନ୍ତଙ୍କ ଦୁଇବଖରା ଝାଟିମାଟି ଘର ଭାଙ୍ଗି ଦେଇଛନ୍ତି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ୭ଟିକିଆ ହାତୀପଲ ଗାଁରେ ପଶିଥିଲେ। ସନାତନଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଥିଲେ। ସନାତନ ଜଣେ ଦିନ ମଜୁରିଆ। ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଘରେ ସ୍ତ୍ରୀ ଋକ୍ମିଣୀ ଦୁଇବର୍ଷର ଶିଶୁକନ୍ୟାଙ୍କୁ ନେଇ ରହୁଥିଲେ। ରାତିରେ ହାତୀପଲଙ୍କୁ ଦେଖି ଝିଅକୁ ନେଇ ଋକ୍ମିଣୀ ପଡ଼ିଶା ଘରକୁ ଚାଲି ଯାଇଥିଲେ। ସେହିପରି ବିମଳା ଗ୍ରାମର ଟିକାୟତ ନାୟକଙ୍କ ୩ ବଖରା ଚାଳଘରର କାନ୍ଥ ଭାଙ୍ଗି ହାତୀ ଧାନଚାଉଳ ଖାଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର