ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ନିରୀହ ଜୀବନ

ବେତନଟୀ: ମୟୁରଭଞ୍ଜ ଜିଲ୍ଲା ବତେନଟୀ ବ୍ଲକ ଅନ୍ତର୍ଗତ ଅଁଳା ପଞ୍ଚାୟତର ଅଁଳା ଗ୍ରାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ନିରୀହ ଜୀବନ।

ସୂଚନାଯୋଗ୍ୟ, ଅଁଳା ଗ୍ରାମରେ ବସବାସ କରୁଥିବା ଜୟନ୍ତୀ ଖଟୁଆଙ୍କ ଘରେ ତାଙ୍କ ଝିଅ ପିଙ୍କି ଦୁଇ ଜଣ ନାତି ଶୋଇଥିବା ବେଳେ ହଠାତ୍ ସଟସରକିଟ ଯୋଗୁଁ ଫ୍ରିଜ ଟି ପ୍ରଥମେ ଜଳି ଯାଇଥିଲା।

ତା’ପରେ ଘରେ ନିଆଁ ଲାଗି ଗୋଟିଏ ସ୍କୁଟି, ଫ୍ରିଜ୍, ଆଲମିରା,ସୁନା ଗହଣା ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଥିଲା। ଖବର ପାଇ ରାସ ଗୋବିନ୍ଦପୁର , ବେତନଟୀ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର