କୋରାପୁଟ ଷ୍ଟେଟ ବ୍ୟାଙ୍କରେ ନିଆଁ 

କୋରାପୁଟ: କୋରାପୁଟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ଜେନେରେଟର ସର୍ଟ ସର୍କିଟ ଯୋଗୁଁ ଲାଗିଥିବା ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ। ବ୍ୟାଙ୍କରେ ବିଶେଷ କିଛି କ୍ଷତି ହୋଇନଥିବା ବେଳେ ଷ୍ଟେଟ ବେଙ୍କର ଡିଜି ସେଟ ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହେଇଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ ଜଣେ ବ୍ୟକ୍ତି ଆଜି ସଂଧ୍ୟା ୮ଟାରେ ଟଙ୍କା ଉଠେଇବା ପାଇଁ ଷ୍ଟେଟ ବେଙ୍କର ଏଟିଏମ୍ ଆସିବା ସମୟରେ ଲାଗିଥିବା ନିଆଁକୁ ଦେଖିବାକୁ ପାଇଥିଲେ।  ଉକ୍ତ ବ୍ୟକ୍ତି ଜଣକ ଏନେଇ ଦମକଳବାହିନୀଙ୍କୁ ଫୋନ୍ କରିବା ଯୋଗୁଁ ଏକ ବଡ଼ ବିପତ୍ତି ଟଳି ଯାଇଛି।ଏସବିଆଇ ଶାଖାର ଗୋଟିଏ ପାର୍ଶ୍ୱରେ ଏଲ‌ଆଇ‌ସି  କାର୍ଯ୍ୟାଳୟ ଥିବା ବେଳେ ଅନ୍ୟ ପାର୍ଶ୍ବରେ ଅନ୍ୟ ବ୍ୟାଙ୍କ ରହିଛି। କାର୍ଯ୍ୟାଳୟରେ କୌଣସି ଗ୍ରାହକ ନଥିଲେ।
ସମ୍ବନ୍ଧିତ ଖବର