ଅଜଣା ଗାଡ଼ି ଧାକ୍କାରେ ଚାରି ଗୋମାତା ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍‌ ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତର ବରମୁଣ୍ଡା ଛକ ରେଷ୍ଟହାଉସ ସାମ୍ନାରେ ଅଜଣା ଗାଡ଼ି ଧକ୍କାରେ ଆଜି ଚାରିଟି ଗୋମାତାଙ୍କ ମୃତ୍ୟୁ ହେଇଛି। ଏହି ଘଟଣାକୁ ନେଇଁ ସ୍ଥାନୀୟ ଲୋକେ ଫୁଲବାଣୀ ଠାରୁ ଭୁବନେଶ୍ୱର ଯାଉଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ଓ ନଗରପାଳିକା ତରଫରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଗୋମାତା ମାଲିକମାନେ କିଛି ନ ଜାଣିବା ପରି ଅଭିନୟ କରୁଛନ୍ତି। ଫଳରେ ଏଭଳି ଦୁର୍ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର