ଝିଲମିଲିଆଗୁଡ଼ା ହତ୍ୟା ମାମଲା: ୪ଅଭିଯୁକ୍ତ ନିର୍ଦୋଶରେ ଖଲାସ

ଜୟପୁର: ୨୦୧୨ମସିହାରେ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅର୍ନ୍ତଗତ ଝିଲିମିଲିଆଗୁଡ଼ା ଗାଁର ଡମ୍ବୁରୁଧର ଗାଧବାଙ୍କୁ ସେହି ଗାଁର ୪ଜଣ ହତ୍ୟା କରି କେନାଲରେ ପିଙ୍ଗିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେହି ଗାଁର ୪ଜଣ ଅଭିଯୁକ୍ତ ପିତ୍ତବାସ ଗାଧବା, ପରମାନନ୍ଦ ଗାଧବା, ସଦନ ଗାଧବା, ଧନପତି ଗାଧବାଙ୍କ ବିରୋଧରେ ଉପଯୁକ୍ତ ସାକ୍ଷ୍ୟପ୍ରମାଣ ଅଭାବରୁ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଅତିରିକ୍ତ ସେସନସ୍ ଜଜ୍ ରାଜେଶ ନାୟର ନିର୍ଦୋଶରେ ଖଲାସ କରିଛନ୍ତି।

ଗତ ୨୦୧୨ ଜୁଲାଇ ୨୯ତାରିଖ ଦିନ ମୃତ ଡମ୍ବୁରୁଧରଙ୍କୁ ସେହି ଗାଁର ପୀତବାସ ଓ ପରମାନ ନନ୍ଦ ସଂଧ୍ୟା ସମୟରେ ଘରୁ ଡାକି ନେଇଥିଲେ। ବାଟରେ ପୂର୍ବରୁ ଜଗି ରହିଥିବା ସଦନ ଓଧନପତି ଗୋଟିଏ ଲୁହା ଶାବଳରେ ଡମ୍ବୁରୁଧରଙ୍କୁ ଭୁସି ପକାଇ ହତ୍ୟା କରିଥିଲେ। ଗୋଟିଏ ବସ୍ତାରେ ତାଙ୍କୁ ପୁରାଇ କୁଆଗାଁ କୋନଲରେ ଯାଉଥିବା ପାଣିରେ ବସ୍ତା ସହ ପକାଇ ଦେଇଥିଲେ। ତାଙ୍କ ପୁଅ ଅଭିମନ୍ୟୁ ଓ ପରିବାରବର୍ଗ ବହୁ ଖୋଜାଖୋଜି କରି ପାଇ ନଥିଲେ। କୋଟପାଡ଼ ଥାନାରେ ଏ ନେଇଅଭିଯୋଗ କରିଥିଲେ। ପରେ କେନାଲରୁ ଡମ୍ବୁରୁଙ୍କ ମୃତ ଦେହ ମିଳିଥିଲା। ଅଭିମନ୍ୟୁଙ୍କ ଏତଲାକୁ ଭିତ୍ତି କରି କୋଟପାଡ଼ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ୪ଅଭିଯୁକ୍ତ ନିର୍ଦୋଶରେ ଅତିରିକ୍ତ ଜିଲ୍ଲାଦୌରାଜଜ୍ ଖଲାସ୍ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲାଲୁ ଷଡଙ୍ଗୀ ଓ ଆରକେ ପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର