ପୁଲିସ ଜାଳିଲା ୧୨କୋଟିର ଗଞ୍ଜେଇ ଗଛ

ଅଡ଼ବା: ଅଡବା ଅଞ୍ଚଳରେ ଅପରେସନ ନୀଳ ଜହରକୁ ଜୋରଦାର କରାଯାଇଛି । ଆଜି ଉଭୟ ପୁଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଗୁଲୁବା ଗ୍ରାମ ପଞ୍ଚାୟତ କାଲିଆମାରେ ୪୬ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୨ କୋଟିରୁ ଅଧିକ ହେବ ବୋଲି କୁହାଯାଇଛି । ଏହି ଚଢଉରେ ଆର.ଉଦୟଗିରି ଏସଡିପିଓ ଅନୀଲ କୁମାର ପଅଧାନ, ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁ, ଅଡ଼ବା ଥାନା ସବଇନ୍ସପେକ୍ଟର ସୁରେଶ ଲାକ୍ରା ଓ ମମତା ପଣ୍ଡା ସାମିଲ ଥିଲେ । ଏନେଇ ପୁଲିସ ୫୮/୧୭ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର