ଭଦ୍ରକ: ହରେକୃଷ୍ଣ ମହାତାବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ବାଧା, ପ୍ରତିବାଦରେ ଗଣଧାରଣା

ଭଦ୍ରକା: ଭଦ୍ରକ ଜିଲ୍ଲା ଆଗରପଡ଼ା ଠାରେ ଓଡ଼ିଶାର ବରପୁତ୍ର ଉତ୍କଳ କେଶରୀ ଡ. ହରେକୃଷ୍ଣ ମହାତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ହୀନ ରାଜନୀତି ହେଉଥିବାବେଳେ ଏହି ହୀନ ରାଜନୀତିର ହାତବାରିସୀ ସାଜିଛି ପ୍ରଶାସନ। ଏହା ପ୍ରତିବାଦରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଯଦି ପ୍ରଶାସନ ତୁରନ୍ତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଅନୁମତି ନ ଦିଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ଭଦ୍ରକରୁ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟକୁ ବ୍ୟାପୀବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ ଯେ ଆଗରପଡ଼ା ଠାରେ ଡ. ହରେକୃଷ୍ଣ ମହାତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମହତାବ ସ୍ମୃତି କମିଟି ନିଷ୍ପତ୍ତି ନେଇ ବର୍ଷକ ତଳେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେଇଥିଲା। ଏଥିପାଇଁ ପ୍ରାୟ ୯ ଲକ୍ଷ ଟଙ୍କାର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେଏହାର ସ୍ଥାପନା ପାଇଁ ଗତ ୪ ତାରିଖରେ ଭୂମି ପୂଜା କରାଯାଉଥିଲା ତେବେ ରାଜନୈତିକ ଆକ୍ରୋଶ ରଖି ଏହି ପ୍ରତିମୂର୍ତ୍ତି ସ୍ଥାପଦାରେ ବାଧା ସୃଷ୍ଟି କରିଥିଲା ପ୍ରଶାସନ। ପ୍ରଶାସନକୁ ହାତବାରିସୀ କରି ଆଗରପଡ଼ା ଯାହାକି ଡ. ମହତାବଙ୍କ ଜନ୍ମ ମାଟି ସେଠାରେ ପ୍ରତିମୂର୍ତ୍ତ ସ୍ଥାପନାକୁ ବାଧା ଦିଆଯାଇଛି। ଏହାର ପ୍ରତିବାଦରେ ଜିଲ୍ଲାରେ ଚାଲିଥିବା ଧାରଣା, ବିକ୍ଷୋଭରେ ଆଜି ଯୋଗ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଭଦ୍ରକ ଜଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଶ୍ରୀ ପଟ୍ଟନାୟକଙ୍କ ସହିତ ପୂର୍ବତନ ସାଂସଦ ଅନନ୍ତ ଚରଣ ସେଠୀ, କଂଗ୍ରେସ;ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗ ଦେଇ ତୁରନ୍ତ ରାଜନୈତିକ ଚାପରୁ ବାହାରି ଡ. ମହାତାବଙ୍କ ପ୍ରତିମୁର୍ତ୍ତି ସ୍ଥାପନା କାର୍ଯ୍ୟକୁ ସୁଗମ କରିବା ପାଇଁ ପ୍ରଶାସନ ଆଗେଇ ଆସୁ। ନଚେତ ଏହାକୁ ନେଇ ଯେଉଁ ଆନ୍ଦୋଳନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ବକ୍ଷୋଭ ସଭାବେଶରେ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର