ସାମ୍ବାଦିକ ପରିଚୟ ଦେଇ ବଟି ଆଦାୟ ଅଭିଯୋଗ:ରାତି ଅଧରେ ପପୁକୁ ଉଠାଇଲା ପୁଲିସ, କୋର୍ଟ ଚାଲାଣ

ପୁରୁଷୋତ୍ତମପୁର: ପୁରୁଷୋତ୍ତମପୁର ଥାନା ଅଧିନ ଭାଟକୁମରଡା ଗ୍ରାମର ଦୁର୍ଦ୍ଦାନ୍ତ ଯୁବକ ସୁନିଲ୍‌ କୁମାର ସାହୁ ଓରଫ୍‌ ପପୁକୁ ପୁଲିସ ରାତି ଅଧରେ ଉଠାଇ ନେଇଥିବା ଘଟଣା ଅ˚ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରକାଶ ଯେ, କିଛି ଦିନ ହେଲା ସୁନିଲ୍‌ ଏକ ନିର୍ଦ୍ଧିଷ୍ଟ ବିଦ୍ୟୁତ୍‌ ଗଣମାଧ୍ୟମର ପରିଚୟ ଦେବା ସହ କିଛି ଅସାମାଜିକ ଯୁବକଙ୍କୁ ନେଇ ଅ˚ଚଳରେ ଲୁଟତରାଜ, ଦାଦାବଟି ଆଦାୟ ଓ ହତ୍ୟା ଧମକ ଦେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତ ୪ ତାରିଖରେ ଭାଟକୁମରଡ଼ା ଗ୍ରାମର ମାଧବ ସାହୁଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଦାଦାବଟି ୫୦୦୦ ଟଙ୍କା ମାଗିଥିଲା। ନଚେତ୍‌ ଜୀବନରେ ମାରିଦେବ ବୋଲି କହିବା ସହ ଗ୍ରାମଛାଡ଼ି ଚାଲିଯିବାକୁ ଧମକ ଦେଇଥିବା ନେଇ ମାଧବ ପୁରୁଷୋତ୍ତମପୁର ଥାନାରେ ଲିଖିତ ଏତଲା ଦେଇଥିଲେ। କେସ୍‌ ନ˚. ୨୫୪/୧୮, ଧାରା ୨୯୪, ୩୮୫, ୫୦୬ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗତକାଲି ବିଳମ୍ବ ରାତି ପ୍ରାୟ ଗୋଟାଏ ବେଳେ ସୁନିଲ୍‌ ଘର ଉପରେ ପୁଲିସ ଚଢ଼ାଉ କରି ସୁନିଲ୍‌କୁ ଶୋଇଥିବା ବେଳେ ଉଠାଇ ଆଣିଥିଲା। ପଚରା ଉଚରେ ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର