ସୁରତରେ ୨୪ ଘଣ୍ଟାରେ ୧୬ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ୨୫ ମୃତ

  କବିସୂର୍ଯ୍ୟନଗରର ଯୁବକ ମୃତ, ୧୫ ଓଡ଼ିଆଙ୍କ ମୃତ୍ୟୁ ଘଟିଲାଣି

ବ୍ରହ୍ମପୁର : ଗୁଜୁରାଟର ସୁରତ ସହରରେ କରୋନା ସଂକ୍ରମଣ ଅଣାୟତ୍ତ ଅବସ୍ଥାରେ। ଦିନକୁ ଦିନ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁରତ ଜିଲ୍ଲାରୁ ୧୬୫୫ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୪୨୪ଜଣ କେବଳ ସୁରତ ମହାନଗର ନିଗମ ଅଞ୍ଚଳର ବୋଲି ଜଣାପଡ଼ିଛି। ସୁରତ ଜିଲ୍ଲାରେ ଦିନକରେ ସମୁଦାୟ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରୁ କେବେଳ ୨୪ଜଣ ସୁରତ ସହରର। ଆଜି ପୁଣି ସୁରତ ପାଣ୍ଡେସରା ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ଅଞ୍ଚଳର ୩୬ ବର୍ଷୀୟ ଜଣେ ଓଡ଼ିଆ ଯୁବକଙ୍କ କରୋନାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ଗତ ୬ ତାରିଖରେ କରୋନାରେ ପୀଡ଼ିତ ହୋଇ ସୁରତର ନ୍ୟୁ ସିଭିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍‌ଣରେ ତାଙ୍କର ମୃତ୍ୟୁ ଘଟିଛି। ଗତ କିଛି ଦିନ ମଧ୍ୟରେ ଏହାକୁ ମିଶାଇ ସୁରତରେ ୧୫ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଲାଣି
ସମ୍ବନ୍ଧିତ ଖବର