ଯୁବକଙ୍କୁ ବୀଭତ୍ସ ହତ୍ୟା : ମୁଣ୍ଡକୁ ହାଣି ପଥରରେ ଛେଚିଦେଲେ

କୁକୁଡ଼ାଖଣ୍ତି/ବ୍ରହ୍ମପୁର : ବ୍ରହ୍ମପୁରରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୁଣ୍ଡକୁ ହାଣିବା ପରେ ପଥରରେ ଛେଚି ଦେଇଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରା ଯାଇଥିବା ପୁଲିସ ଅନୁମାନ କରୁଛି। ଗତ ୫ ତାରିଖରେ ବ୍ରଜନଗର ଛକରେ ତାଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କ ଗଣ୍ତଗୋଳ ହୋଇଥିଲା। ସମ୍ପୃକ୍ତ ଯୁବକ ଜଣକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଗୁଳି ଲକ୍ଷ୍ୟଭ୍ରଷ୍ଟ ହେବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମୃତ ଯୁବକ ହେଉଛନ୍ତି ଲୋଚାପଡ଼ା ବ୍ରଜନଗର ତୃତୀୟ ଲାଇନ୍‌ର ହାଡ଼ୁବନ୍ଧୁ ବେହେରାଙ୍କ ପୁଅ ପ୍ରଦୀପ (୨୩ବର୍ଷ)। ପ୍ରଦୀପ କ୍ଷୀର ବ୍ୟବସାୟ କରନ୍ତି। ସେ ବିଭିନ୍ନ ଘରକୁ କ୍ଷୀର ବାଣ୍ଟିବା ପାଇଁ ଯାଇଥା’ନ୍ତି। ଗତକାଲି ସ˚ଧୢାରେ କାମ ସାରି ସେ ବ୍ରଜନଗରଛକ ସ୍ଥିତ ଏକ ଦୋକାନ ନିକଟରେ ବସିଥିଲେ। ଗତ ରାତିରେ ସେ ଆଉ ଘରକୁ ଫେରି ନଥିଲେ। ସକାଳେ ବ୍ରଜନଗର ତୃତୀୟ ଲାଇନ୍‌ ଏକ୍ସଟେନସନରେ ଏକ ନିର୍ମାଣାଧୀନ ଘର ସମ୍ମୁଖରେ ପ୍ରଦୀପଙ୍କ କ୍ଷତାକ୍ତ ଶବ ପଡ଼ିଥିବା ଲୋକେ ଦେଖିଥିଲେ।

ଖବର ପାଇ ସଦର ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ପ୍ରଦୀପଙ୍କୁ ହତ୍ୟା କରା ଯାଇଥିବା ସ୍ପଷ୍ଟ ହେଉଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତାଙ୍କର ଡାହାଣ ହାତ ମୁଠାରୁ ଗ˚ଜେଇ ଚିଲମରେ ବ୍ୟବହାର ହେଉଥିବା ଏକ କନା ଜବତ ହୋଇଥିଲା। ସେହିପରି ନିକଟରେ ପଡ଼ିଥିବା ମଦ ବୋତଲ, ଗ୍ଲାସ୍‌ ଜବତ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର