କୋଣାର୍କରେ ଯୁବତୀଙ୍କୁ ଅସଦାଚରଣ ପରେ ଲହୁଲୁହାଣ କରି ରାସ୍ତାରେ ଫିଙ୍ଗି ଦେଇଗଲେ ୨ଯୁବକ

ପୁରୀ: କୋଣାର୍କରେ ଦୁଇଜଣ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବା ରବିବାର ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, କୋଣାର୍କରେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ଆସି ଅସଦାଚରଣ କରିଥିଲେ। ଯୁବତୀ ଜଣକ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ରାସ୍ତାରେ ଦୁଇଜଣ ଯୁବକ ପିଟିପିଟି ଲହୁଲୁହାଣ କରି ଦେଇଥିଲେ। ଏବଂ ଯୁବତୀଙ୍କୁ ଏପରି ଅବସ୍ଥା ଦେଖି ୨ଜଣ ଯୁବକ ତାଙ୍କୁ ରାସ୍ତାରେ ହିଁ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ରାସ୍ତାରେ ଲହୁଲୁହାଣ ଅବସ୍ଥାରେ ଯୁବତୀ ଜଣକୁ ପଡିଥିବାର ଦେଖିବା ପରେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଜଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରି ଘଟଣାର ତଦନ୍ତ କରୁଛି ।

କୋଣାର୍କ ହେଉଛି ପର୍ଯ୍ୟଟନସ୍ଥଳ ମଧ୍ୟରୁ ଗୋଟିଏ । ଏହି ସ୍ଥାନରେ ଯୁବତୀଙ୍କ ପ୍ରତି ଏପରି ବ୍ୟବହାର ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିବା ସହିତ ଘଟଣାକୁ ନିନ୍ଦା କରାଯାଉଛି।ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର