ମିଠା ଦୋକାନୀଙ୍କୁ ଆକ୍ରମଣ: ଟଙ୍କା ଓ ସୁନାଚେନ୍ ଛଡ଼ାଇ ନେଲେ

ଦଶରଥପୁର: ଜଳଖିଆ ଖାଇବା ପରେ ପଇସା ମାଗିବାରୁ କିଛି ଦୁର୍ବୃତ୍ତ ଦୋକାନୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହିତ ସୁନାଚେନ୍‌ ଓ ଟଙ୍କା ଛଡ଼ାଇ ନେଇଥିବା ଯାଜପୁରଟାଉନ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଯାଜପୁରଟାଉନ ଥାନା ଅନ୍ତର୍ଗତ ତଳିହାର ମାନସ ରଞ୍ଜନ ରାଉତଙ୍କ ମିଠା ଦୋକାନରେ ଗତ ମଙ୍ଗଳବାର ସକାଳୁ ବିରଜାପୁର ଅଞ୍ଚଳର ୩ଜଣ ବ୍ୟକ୍ତି ଜଳଖିଆ ଖାଇସାରିବା ପରେ ପଇସା ନଦେଇ ପଳାଇ ଯାଉଥିଲେ। ମାନସ ସେମାନଙ୍କୁ ପଇସା ମାଗିବାରୁ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ଓ ଠେଲାପେଲା ହୋଇଥିଲା।

ଏନେଇ ମାନସ ରାମବାଗ ଫାଣ୍ଡିରେ ଅଭିଯୋଗ କରିଥିଲେ। ପରେ ମାନସ ଓ ତାଙ୍କ ସମ୍ପର୍କୀୟ ଭାଇ ହୃଦୟରଞ୍ଜନ ରାଉତ ମଧ୍ୟାହ୍ନରେ ଯାଜପୁର ଟାଉନ ଯାଉଥିବା ବେଳେ ବଲ୍ଲଭିଘାଟ ସେତୁ ଉପରେ ଅଭିଯୁକ୍ତମାନେ ଦୁଇଭାଇଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଧମକ ଦେବା ସହ ଛୁରୀ ଓ ଠେଙ୍ଗାରେ ଆକ୍ରମଣ କରି ମାନସଙ୍କ ବେକରୁ ସୁନାଚେନ ଓ ତାଙ୍କ ନିକଟରେ ଥିବା ୪୭୭୦୦ ଟଙ୍କା ଛଡ଼ାଇ ନେଇଥିଲେ। ଏସମ୍ପର୍କରେ ମାନସ ଯାଜପୁରଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର