ଭୋଜି ଖାଇବା ପାଇଁ ଶ୍ବଶୁର ଘରକୁ ଆସିଥିଲେ, କାର ଭିତରୁ ୫ ଭରି ସୁନା ଅଳଙ୍କାର ଚୋରି

ନବରଙ୍ଗପୁର: ଶ୍ବଶୁର ଘରକୁ ଭୋଜି ଖାଇବା ପାଇଁ ଆସିଥିଲେ। ଭୋଜିକୁ ଯିବା ପୂର୍ବରୁ କାର ଭିତରରେ ସୁନା ଅଳଙ୍କାର ରଖିଥିଲେ। କାର ମଧ୍ୟରୁ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଲେ ଦୁବୃତ୍ତ। କାର ପାଖେ ପାଖେ ମାଲିକ ଥିଲେ ମଧ୍ୟ ଚୋରିର ଟେରପାଇ ପାରିଲେ ନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରରେ।

ନବରଙ୍ଗପୁର ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାଇଘରର ରସିଦ୍ ଖାନ୍ ସପରିବାର ସହିତ ନବରଙ୍ଗପୁର ସହରର ହିର୍ଲି ଡଙ୍ଗର ନିକଟସ୍ଥ ସାନ ଶ୍ବଶୁର ଘରକୁ ଆସିଥିଲେ। ଭୋଜିକୁ ଯିବା ପୂର୍ବରୁ  ଚୋରୀ ଭୟରେ ତାଙ୍କ ପରିବାର ପକ୍ଷରୁ ଯାହା ସୁନା ଅଳଙ୍କାର ପିନ୍ଧିଥିଲେ ତାହାକୁ ବାହାର କରି କାର ର ଏକ ଲକର ମଧ୍ୟରେ ରଖିଥିଲେ। ତାଙ୍କ ପରିବାରର ଲୋକଙ୍କୁ ଭୋଜିରେ ଛାଡି ରସିଦ ବସଷ୍ଟାଣ୍ଡ ନିକଟର ତ୍ରିବେଣୀ ଛକରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଦୋକାନକୁ କାର ନେଇ ଆସିଥିଲେ। ଉକ୍ତ ଦୋକାନ ନିକଟରେ କାର ରଖି ରସିଦ ବାର୍ତ୍ତାଳାପ କରିଥିଲେ। ତ୍ରିବେଣୀ ଛକ ରେ କାମ ସରିବା ପରେ ପୁଣି ରସିଦ ଭୋଜି ଖାଇ ରାତିରେ ଶ୍ବଶୁର ଘରକୁ ଯାଇ ପରିବାର ଲୋକଙ୍କୁ ଆଣିବା ପାଇଁ ପ୍ରସ୍ତୁତ ହେବା ସମୟରେ କାରର ଲକର ଭିତରେ ସୁନା ଅଳଙ୍କାର ନଥିବା ଦେଖିବାକୁ ପାଇଥିଲେ। ସେ ଆଖ ପାଖ ଅଞ୍ଚଳରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ସୁନା ଅଳଙ୍କାରର ଟେର ନପାଇବାରୁ ଶେଷରେ ଆଜି ନବରଙ୍ଗପୁର ଥାନାରେ ଚୋରି ସଂକ୍ରାନ୍ତରେ ଏତଲା ଦେଇଥିଲେ। ନବରଙ୍ଗପୁର ଥାନାରେ ଏ ନେଇ କେସ ନଂ ୨୯୦/୨୧ ରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର