ଶିବରାତ୍ରି ପାଳନ ପାଇଁ ମାର୍ଗଦର୍ଶିକା ଜାରିକଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ

୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ୧୨ ବର୍ଷ ଯାଏଁ ଶିଶୁଙ୍କୁ ମନ୍ଦିର ପ୍ରବେଶ ମନା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମହାଶିବରାତ୍ରୀ ପାଳନ କରିବା ନିମନ୍ତେ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ମାର୍ଗଦର୍ଶିକାରେ କରୋନାର ନୂତନ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ମଧ୍ୟରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ମନ୍ଦିର ମଧ୍ୟରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ୧୨ ବର୍ଷ ଯାଏଁ ଶିଶୁ ଓ ବାଳକବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ନକରିବାକୁ କୁହାଯାଇଛି ।
ଆଜି ପୂର୍ବାହ୍ଣରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଅପରାହ୍ଣରେ ମହାଶିବରାତ୍ରୀ ପାଳନ କରିବା ନିମନ୍ତେ ୧୧ପଏଣ୍ଟ ମାର୍ଗ ଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ, ମନ୍ଦିର ପରିସରର ଖୋଲାସ୍ଥାନରେ ସର୍ବାଧିକ ୫୦୦ ଲୋକଙ୍କ ଭିଡ଼ ପାଇଁ ଅନୁମତି । ୬୦ ବର୍ଷ ବୟସରୁ ଉର୍ଦ୍ଧ୍ବ, ୧୨ ବର୍ଷ ପର୍ଯ୍ୟନ୍ତ ବାଳକବାଳିକା ଓ ଗର୍ଭବତୀ ମହିଳାଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିବା ବେଳେ ସେବାୟତମାନେ ବୟସ ତାରତମ୍ୟ ନଥାଇ ରୀତିନୀତି ଅନୁସାରେ ସେବା ଯୋଗାଇପାରିବେ । ୧୧ ତାରିଖରେ ଭକ୍ତମାନେ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା କରି ଭଗବାନଙ୍କ ଦର୍ଶନ କରିପାରିବେ । ଆବଶ୍ୟକ ସ୍ଥଳେ ମନ୍ଦିର ପରିଚାଳନା କମିଟି ବେରିକେଡ୍, ହାତ ଧୋଇବା, ସାନିଟାଇଜର ଆଦିର ବ୍ୟବସ୍ଥା କରିବେ । ମନ୍ଦିର ମଧ୍ୟରେ କିମ୍ବା ବାହାରେ ବସିବା ପାନ, ଗୁଟଖା ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିୟମର ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡିତ ହେବେ ବୋଲି ଜାରି କରାଯାଇଥିବା ବିଜ୍ଞପ୍ତି ନଂ ୧୧୩୪/୯-୩-୨୦୨୧ରେ ଦର୍ଶାଯାଇଛି ।

ସମ୍ବନ୍ଧିତ ଖବର