ଜାନୁଆରି ୧୧ରେ ବାରବାଟୀରେ ହକି ବିଶ୍ୱକପ ଉତ୍ସବ ଆୟୋଜନ: ସମୀକ୍ଷା କଲେ କ୍ରୀଡ଼ା ଅଧିକାରୀ

କଟକ: ପୁରୁଷ ହକି ବିଶ୍ୱକପ୍ ଉତ୍ସବ ପାଇଁ ସିଲଭର ସିଟି କଟକ ପ୍ରସ୍ତୁତ ହୋଇଯାଇଛି। ଏହାର ସଫଳ ଆୟୋଜନ ପାଇଁ ବାରବାଟୀ ଷ୍ଟାଡିୟମରେ ଆଜି  ପ୍ରସ୍ତୁତି ବୈଠକ ହୋଇଛି। ୨୦୨୨ ଜାନୁଆରି ୧୧ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ହକି ବିଶ୍ୱକପ ଉତ୍ସବ ଆୟୋଜନ ହେବ। ଏହାକୁ ନେଇ ଘନ ଘନ ବୈଠକ ମଧ୍ୟରେ ଏହି ମେଗା ଆୟୋଜନର ସଫଳତା ନେଇ ଚାଲିଛି ଆଲୋଚନା ।କ୍ରୀଡା ଆୟୋଜନ ଦିଗରେ ଓଡିଶା ସର୍ବଦା ସର୍ବଉତକଷ୍ଟ ହୋଷ୍ଟ ରହିଛି। ଯେପରି ୨୦୧୮ ହକି ବିଶ୍ୱକପକୁ ଚମତ୍କାର ଆୟୋଜନ ସହିତ ବିଶ୍ୱ କ୍ରୀଡ଼ା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଓଡିଶା।

ଆଗାମୀ ବିଶ୍ୱକପ୍ ପାଇଁ ଆଉ କମ ଦିନ ବାକିଥିଲା ବେଳେ ବାରବାଟୀ ଷ୍ଟାଡିୟମରେ ଉତ୍ସବ ପାଳନ ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର, ଯାହାକୁ ନେଇ ବିଭାଗୀୟ ସଚିବ ଷ୍ଟାଡିୟମ ବୁଲି ସବୁ ଦିଗକୁ ତର୍ଜମା କରିଛନ୍ତି। ତେବେ ସଚିବ ଙ୍କ ସୂଚନା ଅନୁଯାୟୀ। ବିଶ୍ୱକପ୍ ଇଭେଣ୍ଟକୁ ସ୍ୱାଗତ କରିବା ପାଇଁ ସହର ପ୍ରସ୍ତୁତ ଅଛି ଏବଂ ଦର୍ଶକଙ୍କର ସବୁ ଦିଗରେ ଏହି ଉତ୍ସବ ର ଯେପରି ମଜା ଉଠାଇ ପାରିବେ ସେ ଦିଗରେ ଫେଡେରେସନ୍ ସହିତ ସହଯୋଗ ଏବଂ କାର୍ଯ୍ୟ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସେ। ଏହାସହ ଏକ ନିରାପଦ ଏବଂ ଘଟଣା ମୁକ୍ତ ଇଭେଣ୍ଟ ନିଶ୍ଚିତ କରିବାକୁ, ଉତ୍ସର୍ଗୀକୃତ ଅଗ୍ନି, ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଦଳ ଉତ୍ସବର କିଛି ଦିନ ପୂର୍ବରୁ ନିୟୋଜିତ ହେବେ। ଟ୍ରାଫିକ୍ ପରିଚାଳନା ଏବଂ ଭିଡ଼ ନିୟନ୍ତ୍ରଣ ବିଷୟରେ ବିସ୍ତୃତ ଭାବରେ ମଧ୍ୟ କମିଶନରେଟ ପୁଲିସ ସହ ଆଲୋଚନା କରିଥିଲେ ସଚିବ ଭିନେଲ କୃଷ୍ନା। ତେବେ ଆଜିର ବୈଠକ ରେ ଆରଡିସି ସେଣ୍ଟ୍ରାଲ୍ ଡିଭିଜନ୍, କଲେକ୍ଟର କଟକ, ସିଏମସି କମିସନର, ସଚିବ ଓସିଏ, କମିସନରେଟ ପୁଲିସ ଓ ହକି ଇଣ୍ଡିଆର ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର