ବ୍ରହ୍ମପୁରରେ ପ୍ରବାସୀ ଫେରନ୍ତାଙ୍କୁ ହୋମ କ୍ୱାରେଣ୍ଟାଇନ୍‌ ମନା

ଗଞ୍ଜାମ: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୦ଜଣ କରୋନା ପଜିଟିଭଙ୍କ ଭିତରୁ ୧୭ଜଣ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯିବା ପରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଘରେ ସଙ୍ଗରୋଧରେ ପ୍ରବାସୀ ଫେରନ୍ତା ରହିପାରିବେ ନାହିଁ ବୋଲି ଗୁରୁବାର ‌ପୌର ପ୍ରଶାସନ ପକ୍ଷରୁ ନିଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ପ୍ରବାସୀ ବାଧ୍ୟତାମୂଳକ ଭାବେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ। ଗୁଜରାଟ, ମହାରାଷ୍ଟ୍ର ଓ କେରଳ ଫେରନ୍ତା ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ କରିଛି ବ୍ରହ୍ମପୁର ମହାନଗର ନିଗମ।

ଗଞ୍ଜାମ ଜିଲ୍ଲରୁ ୧୭ଟି କରୋନା ପଜିଟିଭ୍‌ ଘଟଣା ସାମ୍ନାକୁ ଆସିବା ପରେ ଆଜି ସରକାର ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଘୋଷଣା କରିଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର