କେହି ନଥିବାବେଳେ ଜଳିଗଲା ଘର

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ବିଲେଇପଦା ସାପ୍ତାହିକ ହାଟଛକ ନିକଟରେ ରସିକ ବାରିକ୍, ସ୍ୱାମୀ ଯୋଗେନ ବାରିକ୍ ଏବଂ ୨ ଜଣ ବାପା-ମା ଛେଉଣ୍ଡ ନାତି, ନାତୁଣୀ ଙ୍କ ସହିତ ଏକ ଟିଣ, ତାରପୋଲିନ୍ ବିଛା ଝୁମ୍ପୁଡ଼ି ଘରେ ରହୁଥିବା ବେଳେ, ଆଜି ହଠାତ୍‌ ସେହି ଘରେ ନିଆଁ ଲାଗି ଯାଇଥିଲା ।

ସୌଭାଗ୍ୟବଶତଃ ସେତିକି ବେଳେ, ୨ ଜଣ ଛୁଆ ସ୍କୁଲକୁ ପାଠ ପଢିବା ପାଇଁ ଯାଇଥିଲେ, ରସିକ ବାରିକ୍ ଗାଧୋଇବା ପାଇଁ ନିକଟସ୍ଥ ନାଳକୁ ଯାଇଥିବା ବେଳେ, ତାଙ୍କ ସ୍ୱାମୀ ହାଟକୁ ଯାଇଥିଲେ । ଖବର ପାଇ ବିଲେଇପଦା ଦମକଳ ବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା, ହେଲେ ସେତେବେଳକୁ ତାଙ୍କର ଲୁଗାପଟା, ଆସବାବପତ୍ର ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଅଗ୍ନି ବିପନ୍ନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର