ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ପାଖରୁ ସାଢେ ୩ ଲକ୍ଷ ଲୁଟ ଅଭିଯୋଗ

ଜଗତସିଂହପୁର : ପାରାଦୀପ ନେହେରୁ ବଙ୍ଗଳା ୨ ନମ୍ବର ଗେଟ୍ ନିକଟରୁ ବ୍ୟବସାୟୀଙ୍କୁ  ବନ୍ଧୁକ ଦେଖାଇ ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଦୁଇଟି ବାଇକରେ ୪ ଦୁର୍ବୃତ୍ତ ଆସି ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ ।  ଏନେଇ ଅଭିଯୋଗ ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରାପ୍ତ ବିବରଣୀ ଅନୁଯାୟୀ ନେହେରୁ ବଙ୍ଗଳାରେ ଥିବା ଦେଶୀ ମଦ ଦୋକାନରେ ନିତିଦିନ ଭଳି ବେପାର ଟଙ୍କା ଡିପୋଜିଟ କରିବାକୁ ବଡ଼ପଡିଆ ସ୍ଥିତ ବ୍ୟାଙ୍କ ଯାଉଥିବା ସମୟରେ ଦୁଇ ନମ୍ବର ଗେଟ ପାଖାପାଖି ଅଞ୍ଚଳ ରେ ଦୁଇଟି ବାଇକରେ ଚାରି ଜଣ ଯୁବକ ଆସି ବନ୍ଧୁକ ଦେଖାଇ ସାଢେ ତିନିଲକ୍ଷ ଟଙ୍କା ଛଡାଇ ନେଇ ଫେରାର ହୋଇଯାଇଥିଲେ l

ସମ୍ବନ୍ଧିତ ଖବର