ସରପ‌ଞ୍ଚଙ୍କ ଘର, କାର୍‌ ଉପରକୁ ବୋମାମାଡ଼

ବିରିଡ଼ି : ଆଜି ସଂଧ୍ୟାରେ ଜଗତ୍‌ସିଂହପୁର ବିରିଡ଼ି ଥାନା ଅନ୍ତର୍ଗତ ୨୨ମୌଜା ଉକୁନ୍ଦରା ପଞ୍ଚାୟତର କୁଳସାହି ଶାସନ ଗାଁରେ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ କୁଳସାହି ଶାସନସ୍ଥିତ ଘର ଓ କାର୍‌ ଉପରକୁ ବୋମା ପକାଇ ଫେରାର୍‌ ହୋଇ ଯାଇଛନ୍ତି। ବୋମାମାଡ଼ରେ ସରପଞ୍ଚଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। ରାଜନୈତିକ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା ସ‌ନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର