ପାରାଦୀପ: ହାବେଳୀ ବାଣ ପଡ଼ିବାରୁ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା

ପାରାଦୀପ: ଦୀପାବଳି ପାଳନ ବେଳେ ବୁଧବାର ରାତି ପାରାଦୀପରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ ଭଞ୍ଜ କଲୋନୀରେ ଟୁନିଆ ପଲେଇ ହାବେଳୀ ବାଣ ଫୁଟାଉଥିବା ଗଛରେ ପିଟିହୋଇ ଘର ଉପରେ ପଡ଼ିଥିଲା। ଏହା ପରେ ଟୁନିଆର ୩ ବଖରା ଘର ହୁତୁହୁତୁ ହୋଇ ଜଳି ଉଠିଥିଲା। ନିଅାଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର