ବାଇକ ଧକ୍କାରେ ଯୁବକ ଗୁରୁତର

ଗୋପାଳପୁର: ଗତକାଲି ରାତି ୯ଟା ସମୟରେ ରଘୁନାଥପୁର-ଜଗତସିଂହପୁର ରାସ୍ତାର ସାଦେଇପୁରଠାରେ ଜଗତସିଂହପୁର ଥାନା ଆମ୍ବଦହଡ ଗ୍ରାମର ଦେବାଶିଷ ମହାନ୍ତି(୩୦) ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଯିବାରୁ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରଘୁନାଥପୁର ସ୍ୱାସ୍ଥ୍ୟାକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର