ଦଶରଥପୁର: କାଣୀ ନଦୀରେ ବୁଡ଼ି ଦୁଇବର୍ଷର ଶିଶୁ ପୁତ୍ର ମୃତ

ଦଶରଥପୁର: ଘର ନିକଟରେ ବହିଯାଇଥିବା କାଣୀ ନଦୀରେ ବୁଡ଼ିଯିବାରୁ ଆଜି ଜଣେ ଦୁଇବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କସପା ପଞ୍ଚାୟତ ବ୍ରହ୍ମଚାରୀପାଟଣା ଗ୍ରାମର ରମେଶ ଦାସଙ୍କ ପୁଅ ସାଇ ଦାସ। ଘର ଲୋକ ତାକୁ ପ୍ରଥମେ ଅହିୟାସ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସେଠାରୁ ଦଶରଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି। ଶିଶୁଟି ଖେଳୁଥିଲା ବେଳେ ବୁଡ଼ି ଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର