କଳାହାଣ୍ଡି: ୮ ଦଫା ଦାବି ନେଇ ଡାକ୍ତରଙ୍କ ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ୮ଦଫା ଦାବି ନେଇ ଡାକ୍ତରମା‌େନ ଧାରଣା ଦେଇଛନ୍ତି। ଡାକ୍ତରଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, କାର୍ଯ୍ୟ ସମୟ ଧାର୍ଯ୍ୟ କରିବା ସହିତ ସରକାରୀ କର୍ମଚାରୀଙ୍କ ଭଳି ଛୁଟିଦିନର ସୁବିଧା ପ୍ରଦାନ, ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା, ଅସ୍ଥାୟୀ ଓ ଠିକା ଡାକ୍ତର ମାନଙ୍କ ସ୍ଥାୟୀ ନିଯୁକ୍ତି ଦେବା, ପାରଦର୍ଶିତା ନେଇ ବଦଳି ନୀତି ପ୍ରଚଳନ କରିବା ସମେତ ୮ଦଫା ଦାବି ନେଇ ସିଡିଏମଓ ଡା. ସରୋଜ ତିହାଡିଙ୍କ ନେତୃତ୍ବରେ ଆଜି ଧା‌ରଣା ଅନୁଷ୍ଠିତ ହୋଇଥିଲା। ଏଥିରେ ଏଡିଏମଓ ଡା. କବିରାଜ ଚୌଧୁରୀ, ଡା. ସତ୍ୟସାଇ ନାଏକ, ଡା. ବିଜୟ କାମ୍ପ, ଡା. ଏନ.ସି ଦେ, ଡା. ଭଗବାନ ପଣ୍ଡା, ଡା. ପ୍ରଦ୍ୟୁମ୍ନ ପଣ୍ଡା, ଡା. ସୁବ୍ରତ ପଢିଆରି, ଡା. ଅବିନାଶ ତିର୍କି, ଡା. ସୁମେନ ନାଇଡୁ, ଡା. ସୌମ୍ୟ ଦେବତା ପ୍ରମୁଖ ଏହି ଧାରଣାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର