କନ୍ଧମାଳ: ପୁଲିସ ନିକଟରେ କ୍ୟାଡର ମାଓବାଦୀ କଲା ଆତ୍ମସମର୍ପଣ

ଫୁଲବାଣୀ: କନ୍ଧମାଳ ପୁଲିସ ନିକଟରେ ରବିବାର ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛି। ସୂଚନା ଅନୁସାରେ ଆନ୍ଧରା କହଁର ଓରଫ ରାମର ଆତ୍ମସମର୍ପଣ କରିଛି। ରାମର ଏକେବିଏନ୍‌ ଡିଭିଜନର କ୍ୟାଡର ମାଓବାଦୀ ଭାବରେ କାର୍ଯ୍ୟରତ ଥିଲା। ରାଜ୍ୟ ସରକାରଙ୍କ ଯୋଜନା ଓ ବିକାଶମୂଳକ କାମରେ ପ୍ରଭାବିତ ହୋଇ ସେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଥିଲା।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କାର୍‌କିସୋରୁ ଗାଁର ଆନ୍ଧରା ଅନେକ ଗୁଡ଼ିଏ ମାଓ ଗତିବିଧିରେ ସଂଶ୍ଲିଷ୍ଟ ଥିଲା। ତା’ ନାାଁରେ ୬ଟି ମାମଲା ରୁଜୁ ହୋଇଥିବା ବେଳେ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିଲା। ଆନ୍ଧରା ନାଁରେ ୨ଟି ହତ୍ୟା ଓ ୪ଟିି ପୁଲିସ ସହ ଗୁଳିବିନିମୟ ଭଳି ସଙ୍ଗୀନ ମାମଲା ଥିଲା ଏସ୍‌ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଉତ୍କଳ ରଂଜନ ଦାଶ ଓ ଅନ୍ୟ ପୁଲିସ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର