ପଲ୍‌ସର-ଗ୍ଲାମର ମୁହାଁମୁହିଁ ଧକ୍କା, ପତି-ପତ୍ନୀ ସମେତ ୩ ମୃତ

କୋଟଗଡ଼/କନ୍ଧମାଳ: ପଲ୍‌ସର ଓ ଗ୍ଲାମର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଶୁକ୍ରବାର ସନ୍ଧ୍ୟାରେ ପତି-ପତ୍ନୀ ସମେତ ୩ ଜଣଙ୍କର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଯାଇଛି। ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଥାନା ଅଞ୍ଚଳରେ ଏହି ଶୋକାକୂଳ ଘଟଣା ଘଟିଛି। ବାଲିଗୁଡ଼ାରୁ ବାରଖମା ରାସ୍ତାରେ ନିଜ ଗାଁ ପୁନିନାଟକୁ ଫେରୁଥିବା ସମୟରେ ପତି-ପତ୍ନୀ ଲାଜରା ଦିଗାଲ(୪୨) ଓ ଉଦିନୀ ଦିଗାଲ(୩୯) ବୋରିକିଆ ଗ୍ରାମର ବିପ୍ଲବ ମଲ୍ଲିକଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲେ। ସେହି ସମୟରେ ବିପ୍ଲବ ଗ୍ଲାମରରେ ଯାଉଥିବା ବେଳେ ବିପରୀତ ଦିଗରୁ ପଲସର୍‌ରେ ଆସୁଥିବା
ଘଟଣାସ୍ଥଳରେ ହିଁ ଲାଜରା ଓ ବିପ୍ଲବଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣାରେ ଗୁରୁତର ଭାବରେ ଆହତ ଉଦିନୀ ଓ ବିପ୍ଲବର ପଛରେ ବସିଥିବା ଅନିଲ ଦିଗାଲଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଦିନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନିଲର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଖବର ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର