କେସିସି ବ୍ୟାଙ୍କ ସଭାପତି ନିର୍ବାଚନ: ହାଇକମାଣ୍ଡଙ୍କ ନିଷ୍ପତ୍ତି ନେବା ଜାଣି ଆଶାୟୀଙ୍କ ସଂଖ୍ୟା ବଢୁଛି

ମାଲକାନଗିରିର ଆଦିବାସୀ ନେତା ଗୋପୀ ପାଙ୍ଗୀ ମଧ୍ୟ ଆଶାୟୀ

ମାଲକାନଗିରି: ଆସନ୍ତା ୯ ତାରିଖରେ ହେବାକୁ ଥିବା କୋରାପୁଟ କେସିସି ବ୍ୟାଙ୍କ ସଭାପତି ପଦବିର ନାମାଙ୍କନ ଦାଖଲର ଶେଷଦିନ। ଯେତିକି ପାଖେଇ ଆସୁଛି ଅଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଅଶାୟୀଙ୍କ ମଧ୍ୟରେ କୋରାପୁଟ ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ, ପୂର୍ବତନ କେସିସି ସଭାପତି ଡ଼ଃ. ଇନ୍ଦିରା ନନ୍ଦ, ରମାକାନ୍ତ ରାଉଳଙ୍କ ନାମ ଜୋରସୋରରେ ଚର୍ଚ୍ଚା ହେଉଥିବା ବେଳେ, ଏବେ ଜଣେ ଆଦିବାସୀ ବିଜେଡି ନେତା, ଚାଷୀ ସୁରକ୍ଷାର ଯୁବ ନେତା ଗୋପୀ ପାଙ୍ଗୀ ମଧ୍ୟ ଆଶାୟୀ ରହିଛନ୍ତି। ଅଭିବକ୍ତ କୋରାପୁଟ ଜିଲାରେ ସବୁଠାରୁ ଅଧିକ ଆଦିବାସୀ ଚାଷୀ ରହିଛନ୍ତି। ପୂର୍ବରୁ ଆଦିବାସୀ ଚାଷୀଙ୍କୁ ଅଣଦେଖା କରାଯାଇଛି ତେଣୁ ଆଦିବାସୀ ନେତାଙ୍କୁ ସଭାପତି ପଦବୀ ଦେବାକୁ ବିଭିନ୍ନ ଆଦିବାସୀ ସଙ୍ଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣା ପଡ଼ିଛି। ୧୫ ଟି ନିର୍ଦେଶକ ଆସନରୁ ୧୪ଟି ବିଜେଡି ଥିବା ବେଳେ ପ୍ରତ୍ୟେକ ଜିଲାର ବିଧାୟକ ଓ ନେତାଙ୍କ ସହଯୋଗ ଓ ସମର୍ଥନରେ ଜିତିଛନ୍ତି। ତେଣୁ ସମସ୍ତଙ୍କ ନଜର ହାଇକମାଣ୍ଡ ଉପରେ ରହିଛି। ବର୍ତ୍ତମାନ ଆଶାୟୀଙ୍କ ସମର୍ଥକ ସହ ଭୁବନେଶ୍ବରରେ ଡେରା ପକାଇଥିବା ଦେଖିବାକୁ ମିଳିଛି।

ଏ ସମସ୍ତ ଅସାୟୀଙ୍କ ଭିତରୁ ଗୋପୀ ପାଙ୍ଗୀଙ୍କୁ ଛାଡି ସମସ୍ତେ ରାଜ୍ୟ ସରକାରଙ୍କ ଭଲ ପଦପଦବୀ ରହିଛନ୍ତି। ତାଙ୍କ କାର୍ଯ୍ୟ ଦକ୍ଷତା ସମସ୍ତେ ଜାଣିଛନ୍ତି। ସବୁବେଳେ ସେମାନଙ୍କୁ ରାଜ୍ୟ ସରକାର ତଥା ହାଇକମାଣ୍ଡ ଅନୁକମ୍ପା ଦେଖାଉଥିବା ବେଳେ ଏଥର ଜଣେ ଆଦିବାସୀଙ୍କୁ ଅନୁକମ୍ପା ଦିଅନ୍ତୁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।୯ ତାରିଖ ପୂର୍ବରୁ ସଭାପତି ନାମ ଘୋଷଣା କରାଯିବ। ତେଣୁ ବିଜୁ ଜନତା ଦଳ ବର୍ତ୍ତମାନ ଏହି ଆଶାୟୀ ନେତାଙ୍କୁ ନେଇ ସର୍ଭେ ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅଶାୟୀଙ୍କ ମଧ୍ୟରେ ଈଶ୍ୱର, ଇନ୍ଦିରା, ରମାକାନ୍ତ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଗୋପୀ ପାଙ୍ଗୀ ମାଲକାନଗିରିର। ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରୁ ଜଣେ ଆଦିବାସୀ ଚାଷୀ ଯେପରି ଚାଷୀଙ୍କ ଦୁଃଖ ବୁଝିବ ଅନ୍ୟ ନେତା ବୁଝିବା କଷ୍ଟକର ବୋଲି ଆଲୋଚନା ହେଉଛି। ତେଣୁ ମାଲକାନଗିରିକୁ ସବୁବେଳେ ଉପେକ୍ଷା କରାଯାଇଛି। ଏଥର ସୁଯୋଗ ଦିଆଯାଉ ବୋଲି ଦାବି ଜୋର ଧରିଛି। ଏବେ ଦେଖିବାକୁ ବାକି ରହିଲା ହାଇକମାଣ୍ଡ ଆଦିବାସୀଙ୍କୁ ଅନୁକମ୍ପା କରୁଛନ୍ତି ନା ଆଉ କାହାକୁ।

ସମ୍ବନ୍ଧିତ ଖବର