ଚିକେନ୍ ଦେକାନ ଉପରେ ପଡ଼ିଲା ଗଛ: ୩ ନାବାଳକ ଆହତ

ଆନନ୍ଦପୁର: ଚିକେନ୍ ଦୋକାନ କ୍ୟାବିନ୍ ଉପରେ ଗଛ ଉପୁଡ଼ି ପଡ଼ିବାରୁ ୩ଜଣ ନାବାଳକ ଆହତ ହୋଇଥିବା ବେଳେ ଉପସ୍ଥିତ ଅନ୍ୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆନନ୍ଦପୁର ଥାନା ଫକୀରପୁର କାଳୀ ବଜାର ଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ବୈତରଣୀ ନଦୀର ଆଡିବନ୍ଧ ରାସ୍ତା କଡ଼ରେ ଥିବା ଦୁଶାସନ ସେଠୀଙ୍କ ଚିକେନ୍ ଦୋକାନ କ୍ୟାବିନ୍  ଉପରେ ଏକ ବିରାଟକାୟ ଅଶ୍ବତ୍ଥ ଗଛ ହଠାତ୍ ଭାଙ୍ଗି ପଡ଼ିଯାଇଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଲେକେ ଦୌଡ଼ି ପଳାଇଥିଲେ ବି ଚିକେନ୍ କିଣିବାକୁ ଦୋକାନ ସାମ୍ନାରେ ଅପେକ୍ଷା କରିଥିବା ତିନିଜଣ ନାବାଳକ ସୁଧାଂଶୁ ଜେନା, କାହ୍ନା ରାଉତ ଓ ସୋମନାଥ ରାଉତଙ୍କ ଦେହରେ ଗଛ ଡାଳ ବାଜି ଆହତ ହୋଇଥିଲେ। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆହତଙ୍କୁ ମେଡିକାଲ ପଠାଇବା ସହ ଗଛକାଟି ରାସ୍ତା ସଫା କରିଛନ୍ତି। ଗତ କାଳ ବୈଶାଖୀରେ ଗଛର ଚେର ଦୁର୍ବଳ ହୋଇଥିବାରୁ ଗଛଟି ଉପୁଡ଼ି ପଡ଼ିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର