କେନ୍ଦୁଝର: ଟ୍ରକକୁ ପିଟି ବୋଲେରୋ ଦୁର୍ଘଟଣା ଗ୍ରସ୍ତ, ଆହତ ବିଡିଓ ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ଜାତୀୟ ରାଜପଥ କ୍ରମାଙ୍କ ୨୦ରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବାରୁ ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବିଡିଓ ଅଶ୍ୱିନୀ ମେହେର ଡ୍ରାଇଭରଙ୍କ ସହିତ ଯାଉଥିବା ବେଳେ ଘଟଗାଁ ଥାନା ଅନ୍ତର୍ଗତ ପୋଇଜାମୁଳା ଛକ ନିକଟରେ ଆଗରେ ଯାଉଥିବା ଏକ ଟ୍ରକକୁ ବୋଲେରୋ ଧକ୍କା ଦେଇଥିଲା। ଫଳରେ ଡ୍ରାଇଭରଙ୍କ ସମେତ ଅଶ୍ୱିନୀ ଗୁରୁତର ହୋଇଥିଲେ। ଅଶ୍ୱିନୀଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡ୍ରାଇଭରଙ୍କୁ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସମ୍ବନ୍ଧିତ ଖବର