ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିଙ୍କୁ ଶିକାର କଲା ବାଘ

କେନ୍ଦୁଝର: କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରିଥିବା ସୂଚନା ରହିଛି।  ଖବର ଅନୁସାରେ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁରୁ ମଇଁଷି ପଲ୍ଲ ରାତ୍ରିରେ ଜଙ୍ଗଲରେ ବୁଲୁଥିବା ବେଳେ ବାଘ ୪ଟି ମଇଁଷିକୁ ମାରି ଖାଇଥିବା ଜାଣିବାକୁ ମିିଳିଛି।

ଖବର ପାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରୁଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା। ପରେ ପରେ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କୁଆଡ଼ ଗଠନ ହୋଇ ପରିସ୍ଥିତି ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର