ଗୁରୁଜଙ୍ଗ କପ୍ କ୍ରିକେଟ୍, ସେମିରେ ପାନବରଜ ଓ ଗୁରୁଜଙ୍ଗ ଟିମ୍

ଖୋର୍ଦ୍ଧା : ସ୍ଥାନୀୟ ଗୁରୁଜଙ୍ଗ କ୍ରିକେଟ ପଡ଼ିଆରେ ଚାଲିଥିବା ଗୁରୁଜଙ୍ଗ କପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଆଜି ଦୁଇଟି କ୍ୱାଟର ଫାଇନାଲ ମ୍ୟାଚରେ ହୋମ୍ ଟିମ୍ ଗୁରୁଜଙ୍ଗ ଓ ପାନବରଜ ଟିମ୍ ଜିତି ସେମି ଫାଇନାଲକୁ ପ୍ରବେଶ କରିଛନ୍ତି ।
ପ୍ରଥମ ମ୍ୟାଚରେ ଅରିଶଲଙ୍କୁ ୫ଉଇକେଟରେ ହରାଇ ପାନବରଜ ଦଳ ସେମିରେ ପ୍ରବେଶ କରିଥିବା ବେଳେ, ୨ୟ ମ୍ୟାଚରେ ମେଣ୍ଢାଶାଳକୁ ୮ଉଇକେଟରେ ହରାଇ ଗୁରୁଜଙ୍ଗ ଦଳ ସେମିରେ ପ୍ରବେଶ କରିଛି ।
ପ୍ରଥମ ମ୍ୟାଚରେ ଅରିଶଲ ଦଳ ଟସରେ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ନିର୍ଦ୍ଧାରିତ ୧୬ ଓଭରରେ ୪ଉଇକେଟ ହରାଇ ୧୭୬ରନ କରିଥିଲେ । ଦଳ ଶୁଭେନ୍ଦୁ ପ୍ରଧାନ ୫୫ରନ୍ ଓ ଦିଲୀପ ସାହୁ ୫୭ରନ କରିଥିଲେ । ପାନବରଜ ଦଳ ପକ୍ଷରୁ ସତ୍ୟବ୍ରତ ୨ଟି ନେଇଥିଲେ । ଜବାବରେ ପାନବରଜ ଦଳ ୧୫.୩ ଓଭରେ ୫ଉଇକେଟ୍ ହରାଇ ଆବଶ୍ୟକ ୧୭୭ରନ କରି ବିଜୟ ହୋଇଥିଲା । ଦଳ ପକ୍ଷରୁ ଜୟଦୀପ ୬୦ରନ ଓ ଆଦିତ୍ୟ ୪୯ରନ କରିଥିଲେ । ପାନବରଜ ଦଳ ଜୟଦୀପଙ୍କୁ ମ୍ୟାଚର ଶ୍ରେଷ୍ଠଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ସେହିପରି ୨ୟ ମ୍ୟାଚରେ ମେଣ୍ଢାଶାଳ ଦଳ ଟସରେ ଜିତି ବ୍ୟାଟିଂ କରିଥିଲେ । ଦଳ ୧୭ଓଭରରେ ସମସ୍ତ ଉଇକେଟ ହରାଇ ୧୨୨ରନ କରିଥିଲେ । ଦଳ ପକ୍ଷରୁ ସୁକାନ୍ତ ପାତ୍ର ୫୧ରନ କରିଥିବା ବେଳେ, ଅନ୍ୟ କୌଣସି ଖେଳାଳୀ ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ । ଗୁରୁଜଙ୍ଗ ଦଳ ପକ୍ଷରୁ ଅଶିତ ପରିଡ଼ା ୩ଟି ଓ ରକେଶ ବଳିୟାରସିଂ ୩ଟି ଲେଖାଁଏ ଉଇକେଟ ନେଇଥିଲେ । ଜବାବରେ ଗୁରୁଜଙ୍ଗ ୧୨.୨ଓଭରରେ ୨ଉଇକେଟ ହରାଇ ଆବଶ୍ୟକ ୧୨୩ରନ କରିଥିଲା । ଦଳ ପକ୍ଷରୁ ଗିରିଧାରୀ ସିଂ ୪୫ରନ ଓ ନୀଳକଣ୍ଠ ମହାପାତ୍ର ବିସ୍ଫୋରକ ୧୨ଟି ବଲରୁ ୩୦ରନ କରିଥିଲେ । ୨ୟ ମ୍ୟାଚରେ ଗୁରୁଜଙ୍ଗର ଅଧିନାୟକ ଅସିତ ପରିଡ଼ାଙ୍କୁ ମ୍ୟାନ ଅପ ଦି ମ୍ୟାଚ ଘୋଷିତ କରାଯାଇଥିଲା ।
ଆଜିର ମ୍ୟାଚକୁ ରବିନାରାୟଣ ପରିଡ଼ା, ମନୋଜ ମିଶ୍ର, ବିଭୁଦେନ୍ଦ୍ର ମହାନ୍ତି ଓ ସଂଦୀପ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ ସ୍ପୋରରେ ରୋହିତ ସାହୁ ସହାୟତା କରିଥିଲେ । ଆଜି ମ୍ୟାଚରେ ଅତିଥି ଭାବେ ପୂର୍ବତନ ଜିଲ୍ଳାପାଳ ଦେବରାଜ ସେନାପତି, ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଓ ସମାଜସେବୀ ପ୍ରଦୀପ ଦାସ ପ୍ରମ୍ମୁଖ ଯୋଗଦେଇଥିଲେ ।

ସମ୍ବନ୍ଧିତ ଖବର