୩ ଅଭିଯୁକ୍ତ କୋର୍ଟ ଚାଲାଣ

ଜୟପୁର: ଜୟପୁର ଟାଉନ ପୁଲିସ ଏକ ଠକେଇ ମାମଲାରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ସୁରେଶ ଦଳେଇ (୨୮) ଓ ସୁଶାନ୍ତ ଦଳେଇ (୨୮) ବ୍ରହ୍ମପୁରର ରବିନ୍ଦ୍ର ସାହୁ (୩୨)। ଟାଉନଥାନା ମାମଲା ନମ୍ବର ୨୮୨/୧୮ ଅନୁସାରେ ଟାଭେରା ଡ୍ରାଇଭରଙ୍କୁ ମାଡମାରି ଗାଡି ଅପହରଣ କରିବାକୁ ଏହି ତିନିଜଣ ପ୍ରୟାସ କରୁଥିବା ବେଳେ ୩ ଦିନ ତଳେ ଅପରାହ୍ନ ୨ଟାରେ ଗାଡି ଟାଉନ ଥାନାରେ ପରିସରରେ ଥିବା ଫ୍ଲାଗ ପୋଷ୍ଟକୁ ମାଡ଼ି ଯାଇଥିଲା। ତେବେ ଗାଡିର ମାଲିକ ଅଲେଖ ସାହୁ କାଳେ ଏହି ୩ଜଣଙ୍କ ଠାରୁ ୩ଲକ୍ଷ ଟଙ୍କା ଆଣି ଜୟପୁରରେ ରହୁଛନ୍ତି। ତେଣୁ ଏହିମାନେ ଟଙ୍କା ଦବଳରେ ଗାଡି ନେଇ ଫେରାର ହେବାକୁ ଚାହୁଁଥିଲେ। କିନ୍ତୁ ଡ୍ରାଇଭର ଜଣ ଥାନାରେ ଗାଡି ପୂରାଇ ଦେବାରୁ ଲୁଟ୍ ଉଦ୍ୟମ ପଣ୍ଡ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର