କୋରାପୁଟ: ଯେକୌଣସି ମୂହୁର୍ତ୍ତରେ ଭୁଶୁଡି ପଡ଼ିବ ନୂତନ ଭାବେ ନିର୍ମିତ ଅଙ୍ଗନବାଡି କେନ୍ଦ୍ର!

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କୁସୁମଗୁଡା ଗ୍ରାମପଞ୍ଚାୟତର ତଳଚି ଗାଁରେ ଅତି ନିମ୍ନମାନର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହୋଇଥିବା ହୋଇଥିବା ଦେଖିବାକୁ ମିଳିଛିା କିଛି ଦିନ ତଳେ ଏନେଇ ଲକ୍ଷ୍ମୀପୁର ସିଡିପିଓ କନକଲତା ନାୟକ ସ୍ଥାନୀୟ ବିଡିଓ ବେଣୁଧର ଶବରଙ୍କୁ ଲିଖିତ ଭାବେ ନିମ୍ନମାନର ହୋଇଥିବା ଓ ଘର ଭିତରେ ଛୋଟ ଛୋଟ ଶିଶୁମାନଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚଲେଇବା ସମ୍ଭବ ନୁହଁ ବୋଲି ଦର୍ଶାଇବା ପରେ ବିଡିଓ ଗାଁରେ ପହଞ୍ଚି ସ୍ଥିତି ଦେଖି ଫେରିଛନ୍ତିା

ରାଜ୍ୟସରକାରଙ୍କ ନିର୍ଦେଶ କ୍ରମେ ଗତବର୍ଷ ବ୍ଲକର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଗୁଡିକ ୫ ଲକ୍ଷ ଟଙ୍କା ଲେଖାଏ ଅନୁଦାନରେ ତିଆରି କରିବା ସକାଶେ ଅନୁଦାନ ଆସିଥିବା ବେଳେ ଏହର ସୁପରିଚାଳନା ଓ ଉଚିତ ନିୟମ ପ୍ରକାରେ କରାଯିବା ସକାଶେ ବ୍ଲକର ସମସ୍ତ ଯନ୍ତ୍ରୀ ମାନଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲାା ଏଥିରେ ଯନ୍ତ୍ରୀମାନେ ନଜ ନାମରେ ଥିବା କାର୍ଯ୍ୟାଦେଶ ଗୁଡିକକୁ ନିଜ ଇଚ୍ଛା ଅନୁଯାୟୀ ଠିକାଦାର ନଚେତ ଗାଁର ପ୍ରଭାବଶାଳି କୁଜିନେତା ମାନଙ୍କୁ ଦେଇ କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ନିମ୍ନମାନର କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏହାର ଜ୍ୱଳନ୍ତ ଉଦାହରଣ ତଳଚିଗାଁର ଅଙ୍ଗନବାଡି କେନ୍ଦ୍ର ରହିଛିା

ଏହି କେନ୍ଦ୍ରଟି ଗତ ଫେବ୍ରୁଆରିରେ ହିଁ ଲକ୍ଷ୍ମୀପୁର ଶିଶୁବିକାଶ ଯୋଜନାକୁ ହସ୍ତାନ୍ତର ହୋଇଥିଲା। ମାତ୍ର ୬ମାସ ନପୁରୁଣୁ ୫ଲକ୍ଷ ଟଙ୍କାର ବିଲଡିଂ ବିପଦ ସଂକୁଳ ଅବସ୍ଥାକୁ ଆସିଯାଇଥିବା ବେଳେ କାନ୍ଥ ଫାଟି ଆଁ କରିଛି। ବିଲଡିଂ ଭିତରେ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବା ଅଭିଯୋଗ ହୋଇଛିା ବର୍ତମାନ ଏହି ଅଙ୍ଗନବାଡି କେନ୍ଦ୍ରରେ ୨୯ ଜଣ କୁନି କୁନି ପଢୁଥିବା ବେଳେ ବାରଣ୍ଡାରେ ବସି ପ୍ରିସ୍କୁଲ କରାଯାଉଥିବା ଅଙ୍ଗନବାଡି କର୍ମୀ ପ୍ରକାଶ କରିଛନ୍ତିା ଏପରିକି ରୋଷେଇ ଗୃହ ସଂପୂର୍ଣ ଭାବେ ବିପଦସଂକୁଳ ଅବସ୍ଥାରେ ଥିବା କାରଣରୁ ରୋଷେଇ କରାଯିବାରେ ମଧ୍ୟ ଅସୁବିଧା ହେଉଥିବା ରୋଷେୟା ପ୍ରକାଶ କରିଛନ୍ତିା ବର୍ତମାନ ବିଡିଓ ମହାଶୟ ନୂତନ ବିଲଡିଂର ତଦନ୍ତ କରି ଫେରିଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକିରହିଲାା

ସମ୍ବନ୍ଧିତ ଖବର