ଜନଜାଗରଣ ମଞ୍ଚର ବୈଠକ: ଦୁର୍ନୀତି ବିରୋଧରେ ସ୍ୱରଉତ୍ତୋଳନ ପାଇଁ ପ୍ରସ୍ତୁତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଜନଜାଗରଣ ମଞ୍ଚର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛିା ମଞ୍ଚର ସଭାପତି କୈଳାଶ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

ସରକାରଙ୍କ ତରଫରୁ ପଞ୍ଜିକରଣ ସକାଶେ ଦୁଇବର୍ଷ ଲାଗିଯାଇଥିବା ବେଳେ ବର୍ତମାନର ଜିଲ୍ଲାପାଳ ସେମାନଙ୍କୁ ପଞ୍ଜିକରଣ କରାଇଥିବା କାରଣରୁ ବର୍ତମାନ ମଞ୍ଚ ଅଧିକ ସକ୍ରୀୟ ହେବ ବୋଲି ଆବାହକ ଖରା ପ୍ରକାଶ କରିଥିଲୋ ନିର୍ବାଚନ ମଣ୍ଡଳିର ଚାରୋଟି ବ୍ଲକ ଯଥା ବନ୍ଧୁଗାଁ ନାରାୟଣପାଟଣା ଦଶମନ୍ତପୁର ସମେତ ଲକ୍ଷ୍ମୀପୁର ବ୍ଲକରେ ଏହି ମଞ୍ଚ ସକ୍ରୀୟ ଭୁମିକା ଗ୍ରହଣ କରିବାକୁ ଯାଉଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନା ସାଧାରଣ ଲୋକଙ୍କ ପାଖରେ ଠିକ୍‌ ଭାବରେ ପହଞ୍ଚି ପାରୁଛି ନାଁ ନାହିଁ, ଗ୍ରାମାଞ୍ଚଳରେ ଶିକ୍ଷାକ୍ଷେତ୍ରରେ ଛୋଟ ଛୋଟ ଛୁଆ ବଞ୍ଚିତ ହୋଇ ରହିଯାଉଛନ୍ତିିକି, ବ୍ୟାଙ୍କ ଗୁଡିକରେ ଅପାଠୁଆ ମାନଙ୍କୁ କିପରି ସାହାଯ୍ୟ କରାଯାଉଛି, ସାଧାରଣ ଲୋକଙ୍କ ଅଧିକାରରୁ କେହି ବଞ୍ଚିତ ରହିଯାଉଛନ୍ତିିକି, ବ୍ଲକ ଓ ଅଙ୍ଗନୱାଡି ସେଣ୍ଟର ମାନଙ୍କରେ କିପରି କାର୍ଯ୍ୟକରାଯାଉଛି, ଅସହାୟ ମହିଳା, ଡାକ୍ତରଖାନାରେ ରୋଗୀ ଆବଶ୍ୟକ ଚିକତ୍ସାରୁ ବଞ୍ଚିତ ହେଉଛନ୍ତିିକି ଏସମସ୍ତ ବିଷୟ ମଞ୍ଚ ହାତକୁ ନେଇ ସମସ୍ତ ବ୍ୟବସ୍ଥା କିପରି ସଠିକ୍‌ ମାର୍ଗରେ ଚାଲିବ ସେଥିପ୍ରତି ଦୃଷ୍ଠି ଦେବାକୁ ଆଗ୍ରହି ବୋଲି ସଭାପତି ଶ୍ରୀ ଦାଶ ପ୍ରକାଶ କରିଛନ୍ତିା

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଭୁ ଜାନି ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରେମ ଚନ୍ଦ୍ର ଡଙ୍ଗ୍ରୀ, ଆବାହକ ବୈଷ୍ନବ ଖରା, ବିଧାୟକ ଆଶାୟୀ ପ୍ରାର୍ଥୀ ପାରଦା କୁଲେସିକା, ବରିଷ୍ଠ ଆଇନଜିବୀ ସତ୍ୟବାଦୀ ମହାପାତ୍ର, କିରାଣୀ ହରେକୃଷ୍ଣ ସାହୁ, ବିଜେଡି ବ୍ଲକ ସଭାପତି ଦ୍ରୋଣ ଖୋସ୍ଲା ପ୍ରମୁଖ ଯୋଗ ଦେଇଥିଲୋ ବର୍ଷ ୨୦୧୭ରୁ ଜନଜାଗରଣ ମଞ୍ଚ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳିରେ ଆରମ୍ଭ କରାଯାଇଥିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଦୁରୀକରଣ ସକାଶେ ଅନେକ ପଦକ୍ଷେପ ନେବାକୁ ଆଗ୍ରହି ପ୍ରକାଶ କରିଥିଲା।

ସମ୍ବନ୍ଧିତ ଖବର