ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ କୋର୍ଟ ଚାଲାଣ

ଜୟପୁର :ଜୟପୁର ଟାଉନଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜୟପୁର ଏସଡିପିଓ କୁସୁମିପୁଟ ଅଞ୍ଚଳର ଲାଲ୍‌ ବାହାଦୁର ଧର୍ଜଙ୍କୁ କୋର୍ଟ ଚାଲାଣ କରିଛନ୍ତି। ନାବାଳିକାଙ୍କ ପରିବାରଙ୍କ ବର୍ଗଙ୍କ ଅଭିଯୋଗ କ୍ରମେ ଟାଉନଥାନାରେ ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ କରି ଟାଉନପୁଲିସ ନାବାଳିାକଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅଭିଯୁକ୍ତ ଲାଲବାହାଦୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିବା ତଦନ୍ତ ଅଧିକାରୀ ଏସ୍‌ଡିପିଓ ରାଜେନ୍ଦ୍ର ସେନାପତି କହିଛନ୍ତି।

ପୁଲିସ କହିବାନୁଯାୟୀ ଗତ ଜୁଲାଇ ମାସରେ ନାବାଳିକା ଜଣଙ୍କ ନିଜ ସମ୍ପର୍କୀୟ ଘର ଡଙ୍ଗାଗୁଡାକୁ ଆସିଥିଲେ। ଗତ ଜୁଲାଇ ୨୪ ତାରିଖରେ ଲାଲ୍‌ ବାହାଦୁର ନାବାଳିକାଙ୍କୁ ବଳ ପୂର୍ବକ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ବର୍ଗ ବହୁ ଖୋଜାଖୋଜି କରି ନପାଇ ପରିବାରବର୍ଗ ଜୟପୁର ଟାଉନଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ଟାଉନଥାନାରେ ମାମଲା ରୁଜୁ ହୋଇଥିଲା। ଲାଲବାହାଦୁର ପରେ ନାବାଳିକାଙ୍କୁ ଆଣି ଜୟପୁରରେ ଛାଡିଦେଇଥିଲେ। ଗତ ୨୨ ତାରିଖରେ ଜୟପୁର ବସ୍‌ଷ୍ଟାଣ୍ଡ ନିକଟରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୁଲିସ୍‌। ବିଶେଷସୂତ୍ରରୁ ଖବର ପାଇଁ ଗତକାଲି ଲାଲ ବାହାଦୁରକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର