କୋରାପୁଟ : ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା

ଲକ୍ଷ୍ମୀପୁର/ବନ୍ଧୁଗାଁ :କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ନିକଟରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ ୱାଟେକା କୁମୁଟି ନାମକ ଜଣେ ୩୫ ବର୍ଷୀୟ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ବନ୍ଧୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଜଣକୁ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ମୁତାବକ, ଅଟକ ରଖାଯାଇଥିବା ବ୍ୟକ୍ତି ହେଉଛି ଵାଟେକା ଏଲାକୁ। ଏଲାକୁର ଦାଦା କାନାଗାଁ ଗ୍ରାମର ଵାଟେକା ଲଚାମା( ୩୫ )ଦୀର୍ଘଦିନ ହେବ କୌଣସି ରୋଗରେ ପୀଡ଼ିତ ଥିଲେ। ବିଭିନ୍ନ ଡାକ୍ତରଖାନାରେ ଦେଖାଉଥିଲେ ମଧ୍ୟ ଭଲ ହେଉନଥିଲେ। ଫଳରେ, ପରିବାର ଲୋକ ଗୁଣିଗାରେଡ଼ିର ସନ୍ଦେହ କରୁଥିଲେ। ସନ୍ଦେହକୁ ଆସିଥିଲେ ୱାଟେକା କୁମୁଟି। ପୁତୁରା ୱାଟେକା ଏଲା ଗୁଣି ସନ୍ଦେହରେ କୁମୁଟିଙ୍କୁ ଗାଁ ନିକଟସ୍ଥ ବେଲାଗାଣ୍ଡା ଜଙ୍ଗଲରେ ଥିବା ଏକ କୁଡ଼ିଆକୁ ଡାକି ନେଇଥିଲା। ସେଠି ଵାଟେକା କୁମୁଟି ଚେରମୂଳି ଆଣିବାକୁ କହି ଦୌଡ଼ି ପଳାଇବାକୁ ଉଦ୍ୟତ ହେବାବେଳେ ଵାଟେକା ଏଲା ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ପରେ ବନ୍ଧୁଗାଁ ଥାନାକୁ ଯାଇ ଆତ୍ମସମର୍ପଣ କରିଛି ଵାଟେକା ଏଲା । ଵାଟେକା କୁମୁଟି ଗୁଣିଗାରେଡ଼ିକୁ ନେଇ ପୂର୍ବରୁ ଟାର୍ଗେଟରେ ରହିଥିବା ବେଳେ ନିଲାବାଡ଼ି ଯାତ୍ରା ପାଇଁ ଗାଁକୁ ଆସିଥିଲା । ଏହାର ସୁଯୋଗ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର