ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ: ଥାନାରେ ଏତଲା

ଵାଙ୍କୀ: ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁକୁ ନେଇ ଵାଙ୍କୀ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଵାଙ୍କୀ ଥାନା ଅନ୍ତର୍ଗତ କିଆପଲ୍ଲା ଗ୍ରାମ ପଞ୍ଚାୟତର ବିକାଶ ବାରିକ ଏବଂ ଜ୍ୟୋତ୍ସ୍ନାରାଣୀ ପାଇକରାୟଙ୍କ ଗତ ଦୁଇଦିନ ତଳେ ଵାଙ୍କୀସ୍ଥିତ ଏକ ବେସରକାରୀ ନର୍ସିଂହୋମରେ ଏକ ଶିଶୁପୁତ୍ର ଜନ୍ମଲାଭ କରିଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ନବଜାତକର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଥିଲା।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପରିବାରବର୍ଗ ଵାଙ୍କୀ ଫେରି ଆସି ଗତକାଲି ବିଳମ୍ବିତ ରାତ୍ରୀ ପ୍ରାୟ ଦୁଇ ଘଟିକା ସମୟରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ହେବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ଏକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ଆଜି ମୃତ ଶିଶୁର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର