ତହସିଲ କିରାଣିଙ୍କ ସନ୍ଦେହ ଜନକ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-୩ ଗାଁ ନିକଟରୁ ଆଜି ସକାଳେ ସନ୍ଦେହ ଜନକ ଅବସ୍ଥାରେ ମାଲକାନଗିରି ତହସିଲ କାର୍ଯ୍ୟାଳୟ କିରାଣି ଯଶବନ୍ତ ନାୟକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ। କେହି କେହି ମୃତ୍ୟୁ ଦୁର୍ଘଟଣା ଜନିତ ହୋଇଥାଇ ପାରେ ବୋଲି କହୁଛନ୍ତି। ସେହିପରି ଅନ୍ୟ କେତେକ କହୁଛନ୍ତି ହତ୍ୟା କରାଯାଇଛି। ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ଆଘାତ ଲାଗି ନଥିବା ଦେଖିବାକୁ ମିଳିଛି। କିରାଣିଙ୍କ ମୃତ୍ୟୁ ସୂଚନା ପାଇବା ପରେ ତହସିଲଦାର ପ୍ରୀତା କୁମାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲା। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଥିବା କହିଛି। ତେବେ ଗତକାଲି ରାତିରେ ସେ ଏପଟେ କୁଆଡେ ଯାଉଥିଲେ ବୋଲି ପ୍ରଶ୍ନ ଉଠିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର