ନାବାଳିକା ଗାଧୋଇବା ବେଳେ ଲୁଚି ଦେଖୁଥିବା ଯୁବକ ଗିରଫ

ରାଉରକେଲା: ଘରପାଖ ନଳକୂଅରେ ଗାଧୋଉଥିବା ୧୪ ବର୍ଷୀୟ ନାବାଳିକାକୁ ଲୁଚିରହି ଦେଖିବା ଜଣେ ଯୁବକକୁ ବେଶ୍‌ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତ ହେଲା ଦୀପକ ଲେଙ୍କା (୩୦)।

ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପଲ୍ଲୀ ପୁଲିସ ଥାନା ଅନ୍ତର୍ଗତ ଏକ ଗାଁରେ ନାବାଳିକା ଗତକାଲି ଗାଁ ନଳକୂଅରେ ଗାଧୋଉଥିବା ବେଳେ କଇଁଥବସା ଗାଁର ଦୀପକ ଲେଙ୍କା ସ୍ନାନର ଦୃଶ୍ୟ ଲୁଚିଛପି ଦେଖୁଥିଲା। ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ପୂର୍ବାହ୍ନରେ ନାବାଳିକା ଗାଁରେ ଥିବା ଏକ ନଳକୂଅରେ ଗାଧୋଉଥିଲା। ସେଠାରେ ସ୍ନାନ ପାଇଁ ପରଦା ଲଗାଯାଇଥିଲା। ତେବେ ଅଭିଯୁକ୍ତ ଜଣକକ ପରଦାକୁ ଟାଣି ଲୁଚି ଦେଖୁଥିଲା। ନାବାଳିକା ଏ ନେଇ ଅବଗତ ହେବା ପରେ ଏପରି କରିବାକୁ ବାରଣ କରିଥିଲେ ମଧ୍ୟ ଦୀପକ ଏହାକୁ ଶୁଣି ନଥିଲା। ଓଲଟା ସେ ଅଶୋଭନୀୟ ଇଙ୍ଗିତ ମଧ୍ୟ କରିଥିବା ଥାନାରେ ଏତଲା ହୋଇଛି।

ସମ୍ବନ୍ଧିତ ଖବର