ସମ୍ବଲପୁର: ବନ୍ଧୁକ ବେପାରୀ ଗିରଫ, ୪ ରିଭଲଭର, କାର ଜବତ

ସମ୍ବଲପୁର: ଆଜି ସମ୍ବଲପୁର ପୁଲିସ ଜଣେ ବିହାରୀ ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ବିଭିନ୍ନ କିସମର ବନ୍ଧୁକ ଜବତ କରିଛନ୍ତି। ଏହି ଘଟଣାରେ ବ୍ୟବହୃତ ଏକ କାରକୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବିହାରର ମୂଳବାସିନ୍ଦା ଦିପକ ଯାଦବ ନାମକ ଜଣେ ବ୍ୟକ୍ତି ଗତ କିଛି ଦିନ ହେବ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ବଡ଼ବାହାଲ ଗ୍ରାମରେ ରହୁଥିଲେ। ସେ ପ୍ରାୟ ବିହାରରୁ ଚୋରା ବନ୍ଧୁକ ଆଣି ସମ୍ବଲପୁର, ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅପରାଧୀମାନଙ୍କୁ ଯୋଗାଇ ଦେଇଥାନ୍ତି।ତେବେ ଆଜି ସକାଳେ ଶ୍ରୀ ଯାଦବ ଏକ କାରଯୋଗେ ଗୋଟିଏ ସେମି ଅଟୋମେଟିକ ରିଭଲଭର, ଗୋଟିଏ ୬ ରାଉଣ୍ଡ ରିିଭଲଭର, ଗୋଟିଏ ସିଙ୍ଗଲ ସଟ୍‌ ପିସ୍ତଲ ଓ ଗୋଟିଏ ଏୟାର ପିସ୍ତଲ ସପ୍ଲାଏ କରିବା ପାଇଁ ସମ୍ବଲପୁର ଆସୁଥିବା ବେଳେ ସମ୍ବଲପୁର ସଦର ଥାନା ପୁଲିସ ତାଙ୍କୁ ସିନ୍ଦୁରପଙ୍କ ନିକଟରେ ଧରିଥିଲା ଓ ତାଙ୍କ ଠାରୁ ସମସ୍ତ ଚୋରା ବନ୍ଧୁକ ଜବତ କରିଛି।

ସମ୍ବନ୍ଧିତ ଖବର