କେନ୍ଦ୍ରାପଡ଼ା: ଯୁବକଙ୍କ ତଣ୍ଟିକାଟି ହତ୍ୟା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ବିଲରେ ଜଣେ ଯୁବକଙ୍କୁ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରି ଦୁର୍ବୃତ୍ତମାନେ ତାଙ୍କ ମୃତଦେହକୁ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି। ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଜବତ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମର ରଶ୍ମୀରଞ୍ଜନ ଦାସଙ୍କର ନିଜର ଏକ ଅଟୋ ଅଛି ଓ ସେ ଏହି ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ମାତ୍ର ଗତକାଲି ସନ୍ଧ୍ୟାରୁ ଶ୍ରୀ ଦାସ ନିଖୋଜ ଥିଲେ। ଆଜି ସକାଳୁ ତାଙ୍କର ରକ୍ତ ଜୁଡ଼ୁବୁଡ଼ ମୃତ ଦେହ ତାଙ୍କ ଚାଷ ଜମି ନିକଟରେ ପଡ଼ିଥିବା କେତେକ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ। ଶ୍ରୀ ଦାସଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇତିବା ଦେଖିବାକୁ ମିଳିଛି। ମୃତଦେହ ଠାରୁ ଅଳ୍ପ ଦୂରରେ ତାଙ୍କ ଅଟୋ ଥିବା ବେଳେ ମୃତଦେହ ନିକଟରେ ମଦବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ଏକାଧିିକ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର