ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀଙ୍କ ପ୍ରଶିକ୍ଷଣ ଶିବିର ଠାବ, ଚଢ଼ଉ ବେଳେ ବିପୁଳ ପରିମାଣର ମାଓ ସ‌ାମଗ୍ରୀ ଜବତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡରେ ଶନିବାର ନକ୍ସଲଙ୍କ ଏକ କ୍ୟାମ୍ପ ଠାବ ହୋଇଛି। ପୁଲିସ ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରିଛି। ଏହି ଗନ୍ଧମାର୍ଦ୍ଦନ ପାହାଡରେ ନକ୍ସଲଙ୍କ ପାଠଶାଳା ଚାଲିଥିବା ତଥା ନକ୍ସଲମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡରେ ନକ୍ସଲ କ୍ୟାମ୍ପ ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଆଜି ଏସ୍‌ଓଜି ଟିମ୍‌ ଗନ୍ଧମାର୍ଦ୍ଦନ ପାହାଡର ଏହି ନକ୍ସଲ କ୍ୟାମ୍ପ ଉପରେ ଚଢ଼ାଉ କରିଥିଲେ। ତେବେ ଏହି ଚଢ଼ାଉ ସମ୍ପର୍କରେ ନକ୍ସଲ ପୂର୍ବରୁ ଖବର ପାଇଯାଇଥିଲେ। ତେଣୁ ନକ୍ସଲମାନେ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିଲେ।

ସମ୍ବନ୍ଧିତ ଖବର